ବ୍ରହ୍ମଗିରି ୨୧|୪: ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ବିଭିନ୍ନ ସ୍ଥାନରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାର୍ଡ ତନାଘନା କରୁଛନ୍ତି । ବିଭିନ୍ନ ସ୍ଥାନରୁ ମଧ୍ୟ ବିପୁଳ ଟଙ୍କା ଜବତ କରୁଛନ୍ତି ଫ୍ଲାଇଂ ସ୍କ୍ବାର୍ଡ । ଏମିତିରେ ୧୪ଲକ୍ଷ ୬୮ ହଜାର ୫ଶହ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ । ଜଣେ ବାଇକ୍ ଆରୋହୀଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଛି । ବ୍ରହ୍ମଗିରି-ସାତପଡା ଏନଏଚ୍ ସୁନାମୁହିଁ ଛକ ନିକଟରେ ଫ୍ଲାଇଂ ସ୍କ୍ବାର୍ଡ ଯାଞ୍ଚ କରୁଥିବା ବେଳେ ଜଣେ ବାଇକ୍ ଆରୋହୀଙ୍କ ଡିକିରୁ ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା କାହିଁକି ଏବଂ କେଉଁଆଡେ ନେଇ ଯାଉଥିଲା ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...