ଢେଙ୍କାନାଳରୁ ଫ୍ଲାଇଁ ସ୍କାର୍ଡ ଜବତ କଲା ୯ଲକ୍ଷ ଟଙ୍କା
3/04/2019 at 7:37 PM

ଢେଙ୍କାନାଳ ୩|୪: ଢେଙ୍କାନାଳ ସହର କୋରିଆଁ ବାଇପାସରୁ ଏକ ମାରୁତୀ ଅଲଟୋ କାର (ଓଆର-୦୨ଇ-୬୨୧୨)ରୁ ଫ୍ଲାଇଙ୍ଗ ସ୍କାର୍ଡ ୯ ଲକ୍ଷ ୫୭ ହଜାର ଟଙ୍କା ଜବତ କରି ପୋଲିସର ଜିମା ଦେଇଛି ।ଗାଡିରେ ଥିବା ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, କାରଟି ଯାଜପୁରରେ ରହୁଥିବା କଳିଙ୍ଗ କନ୍ୟା ଓ ରୂପମହଲ ଯାତ୍ରା ପର୍ଟିର ମାଲିକ କୃଷ୍ଣଚନ୍ଦ୍ର ସେନାପତିଙ୍କର ।

ହୋଲି ପାଇଁ ବିଭିନ୍ନ ସ୍ଥାନରେ ଲାଗିଥିବା ଯାତ୍ରା ପାର୍ଟିରୁ ଟଙ୍କା ସଂଗ୍ରହ କରି ଫେରୁଥିଲା । କୋରିଆଁ ବାଇପାସ ନିକଟରେ ଥିବା ଏକ ଗ୍ୟାରେଜରେ ଯାତ୍ରାପାର୍ଟିର ଡିଜି ସେଟ ରିପେରିଂ ଦେଖିବା ପାଇଁ ଟଙ୍କାନେଇ ଯାତ୍ରାପାର୍ଟି କର୍ମଚାରୀମାନେ ଯାଉଥିଲେ । ପୋଲିସ ଘଟଣାର ସତ୍ୟାସତ୍ୟ ଯାଂଚ କରୁଛି ।

ନିର୍ବାଚନ ପରିପ୍ରେକ୍ଷୀରେ ପ୍ରତ୍ୟେକ ଜିଲ୍ଲାରେ ଫ୍ଲାଇଁ ସ୍କାର୍ଡର ଟଢଉ ଜାରି ରହିଛି । ଦିଗପହଣ୍ଡି, ବରଗଡ, ବଣେଇ, ରାୟଗଡା ଆଦି ବିଭିନ୍ନ ସ୍ଥାନରୁ ଫ୍ଲାଇଁ ସ୍କାର୍ଡ ଲକ୍ଷଲକ୍ଷ ଟଙ୍କା ଜବତ କରିଛି ।
