ଫ୍ଲାଇଂ ସ୍କ୍ବାର୍ଡ ଦ୍ବାରା ଇଣ୍ଡିଗୋ ଗାଡିରୁ ପ୍ରାୟ ୨ଲକ୍ଷ ଟଙ୍କା ସହ ଏକ ନିର୍ଦ୍ଧିଷ୍ଟ ଦଳର ସାଂସଦଙ୍କ ପୋଷ୍ଟର ମଧ୍ୟ ଜବତ

Published By : Prameya-News7 Bureau | April 26, 2019 IST

ଜଳେଶ୍ବର ୨୬|୪: ଜଳେଶ୍ବର ବସ୍ତାରେ ଫ୍ଲାଇଂ ସ୍କ୍ବାର୍ଡ ଦ୍ବାରା ଟଙ୍କା ଜବତ ହୋଇଛି । ୨ ଲକ୍ଷ ୩୫ ହଜାର ଟଙ୍କା ଜବତ କରିଛନ୍ତି ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀ । ଟଙ୍କା ସହ ଓଡି୦୧ଏନ୪୩୩୩ ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ ଗାଡି ଜବତ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ନଈକୁଡି ପଂଚାୟତର ସରପଞ୍ଚଙ୍କ ସ୍ବାମୀ ଭାଗବତ ମହାନ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗାଡିରୁ ଏକ ନିର୍ଦ୍ଧିଷ୍ଟ ଦଳର ସାଂସଦଙ୍କ ପୋଷ୍ଟର ମଧ୍ୟ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.