Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ବି ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାର୍ଡ, ଗତକାଲି ଧର୍ମେନ୍ଦ୍ରଙ୍କ ହେଲିକାପ୍ଟର ଯାଞ୍ଚ ବେଳେ ଧର୍ମେନ୍ଦ୍ର ଓ ପୋଲିସ ମଧ୍ୟରେ ହୋଇଥିଲା ବଚସା

17/04/2019 at 1:39 PM

ଭୁବନେଶ୍ବର ୧୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ହେଲିକାପ୍ଟର ଯାଞ୍ଚ କରିଛନ୍ତି ଇସିଆଇଙ୍କ ଫ୍ଲାଇଂ ସ୍କ୍ବାର୍ଡ । ଗତକାଲି ରାଉଲକେଲାରେ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ପହଁଚିବା ପରେ ସେଠାରେ ପହଁଚିଥିଲେ ଫ୍ଲାଇଙ୍ଗ ସ୍କ୍ବାର୍ଡ ।

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଯାଞ୍ଚ କରିବା ସହ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ସବୁ ସାମଗ୍ରୀ ଯାଞ୍ଚ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଟାଚି, ତାଙ୍କ ସାଙ୍ଗରେ ଥିବା ଆଇସ୍ ବକ୍ସ ଆଦିକୁ ଫ୍ଲାଇଂ ସ୍କ୍ବାର୍ଡ ଯାଞ୍ଚ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ ଫ୍ଲାଇଂ ସ୍କ୍ବାର୍ଡକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବା ସହ ଗୋଟିଏ ପରେ ଗୋଟିଏ ସାମଗ୍ରୀ ସେମାନଙ୍କ ଆଗରେ ଖୋଲି ଦେଖାଇଦେଇଥିଲେ ।

ଫ୍ଲାଇଂ ସ୍କାର୍ଡ ମୁଖ୍ୟମନ୍ତ୍ରୀଙ୍କ ସବୁ ସାମାନ ଯାଞ୍ଚ କରିସାରିବ ପରେ ସେ ହେଲିକାପ୍ଟରରୁ ବାହାରି ରାଉଲକେଲାରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅନ୍ୟପଟେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଫ୍ଲାଇଂ ସ୍କ୍ବାର୍ଡର ଅଧିକାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକାପ୍ଟର ଚେକିଂ କରିଥିଲେ । ସେହି ସମୟରେ ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀଙ୍କ ସହ ଧର୍ମେନ୍ଦ୍ରଙ୍କ ବଚସା ହୋଇଥିଲା ।

   Related Posts