Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭୁବନେଶ୍ବର ରେଲୱେ ଷ୍ଟେସନରୁ ଧରାହେଲା ଉଡନ୍ତା ସାପ

20/08/2019 at 1:13 PM

ଭୁବନେଶ୍ବର ୨୦|୮: ଭୁବନେଶ୍ବର ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ଫ୍ଲାଇଙ୍ଗ୍‌ ସ୍ନେକ୍ ବା ଉଡନ୍ତା ସାପ । ପଶ୍ଚିମବଙ୍ଗରୁ ଜଣେ ଯୁବକ ସାପଟିକୁ ଆଣି ରେଲୱେ ଷ୍ଟେସନରେ ଲୋକଙ୍କୁ ଦେଖାଇ ମନୋରଞ୍ଜନ କରୁଥିଲା ।

ଖବର ପାଇ ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ଏହାସହ ରାଜୁ ମହନ୍ତ ନାମକ ଯୁବକକୁ ଅଟକ ମଧ୍ୟ ରଖାଯାଇଛି ।

ଏହି ଉଡନ୍ତା ସାପ ବିଶେଷ କରି ଦକ୍ଷିଣ ଭାରତ ଏବଂ ଶ୍ରୀଲଙ୍କାରେ ବେଶୀ ଦେଖାଯାଆନ୍ତି । ସାପଟିକୁ ଜଙ୍ଗଲରେ ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି ।

   Related Posts