Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିଧାନସଭାରେ ରାଗ, ରୁଷା ଓ ଫ୍ଲାଇଙ୍ଗ୍ କିସ୍ – ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା

19/11/2019 at 6:46 PM

ଭୁବନେଶ୍ୱର ୧୯।୧୧ –  ବିଧାନସଭାରେ ରାଗ, ରୁଷା ଓ ଫ୍ଲାଇଙ୍ଗ୍ କିସ୍ । ଶାସକ  ଓ ବିରୋଧୀ ଦଳର କେତେକ ସଦସ୍ୟଙ୍କ ଏପରି ଆଚରଣ ଆଜି ପ୍ରଶ୍ନକାଳକୁ ବେଶ୍ ରୋଚକ କରିଥିଲା । ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପିପିଲି ବିଧାୟକଙ୍କ ଆଟାକ୍ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି କଂଗ୍ରେସର ସୁର ରାଉତରାୟଙ୍କୁ କହିବାର ସୁଯୋଗ ନମିଳିବାରୁ ସେ ରାଗିପାଚି ଲାଲ୍ ହୋଇ ଗୃହ ଛାଡ଼ି ଚାଲଗଲେ। ଏତିକିବେଳେ ବାଚସ୍ପତିଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଇ ବେଶ୍ ମଜାଦାର ପରିବେଶ ସୃଷ୍ଟି କରିଥିଲେ ତାରା ବାହିନୀପତି । …

ବିଧାନସଭାରେ ରାଗ, ରୁଷା ଓ ପ୍ଳାଇଙ୍ଗ୍ କିସ୍‌ର ଦୃଶ୍ୟ । ଆଜି ପ୍ରଶ୍ନକାଳରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଶାସକ ଓ ବିରୋଧୀ ଛକାପଞ୍ଝା ଚାଲିଥିଲା ତା ଭିତରେ ବି କିଛି ଭିନ୍ନ ଦୃଶ୍ୟ ଦେଖାଦେଇଥିଲା। 

 ଶାସକ ଦଳର ପିପିଲି ବିଧାୟକ ପ୍ରଦୀପ ମହାରଥୀ ଆଜି ପ୍ରଶ୍ନକାଳରେ ଦାମଙ୍କ ଅବତାରରେ ଥିଲେ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଥିଲେ ପ୍ରଦୀପଙ୍କ ଟାର୍ଗେଟରେ । ରାଜ୍ୟର ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣକୁ ନେଇ ମହାରଥୀ ପ୍ରଶ୍ନ କରିଥିଲେ। ଏକଦା ସେଇ ବିଭାଗର ମନ୍ତ୍ରୀ ଥିବା ମହାରଥୀ  ସତେ ଯେମିତି ରାଗ ସୁଝାଉଥିଲେ ।

 କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରୁ ଆରମ୍ଭ ହୋଇଥିଲା ଆଜିର ଗୃହକାର୍ଯ୍ୟ । ପରେ ପରେ ତାରା ବି ଅତିରିକ୍ତ ପ୍ରଶ୍ନ ପଚାରିଥିଲେ । ଆଉ ତାରାଙ୍କୁ ପ୍ରଶ୍ନ ପଚାରିବାକୁ ଯଥେଷ୍ଟ ସୁଯୋଗ ଦେଇଥିଲେ ବାଚସ୍ପତି । ଏଥିରେ ଖୁସିରେ ଗଦ୍‌ଗଦ୍‌ ହୋଇ ଜୟପୁରର ବିଧାୟକ   ଫ୍ଲାଇଂ କିସ୍‌ ଦେଇଥିଲେ ।

 ତାରା କଂଗ୍ରେସର ଜଣେ ସଦସ୍ୟ ବାଚସ୍ପତିଙ୍କୁ ଫ୍ଲାଇଙ୍ଗ କିସ୍ ଦେଉଥିବା ବେଳ ଆଉ ଜଣେ ସଦସ୍ୟ କିନ୍ତୁ ବାଚସ୍ପତିଙ୍କ ଉପରେ ରାଗି ପାଚି ଲାଲ୍ । ପ୍ରଶ୍ନକାଳରେ ଅତିରିକ୍ତ ପ୍ରଶ୍ନ କରିବାର ସୁଯୋଗ ନଦେବାରୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଅସନ୍ତୋଷ ଝା଼ଡିଥିଲେ । ପ୍ରଶ୍ନକାଳ ଚାଲିଥିବା ବେଳେ ଅଧାରୁ ଉଠି ଗୃହ ଛାଡ଼ି ଚାଲିଯାଇଥିଲେ ସୁର । …

ଅନ୍ୟପକ୍ଷରେ ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ବକ୍ତବ୍ୟ ରଖିବା ସମୟରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ । ଆଜି ଏହି ପ୍ରସଙ୍ଗରେ ବାଚସ୍ପତି ନିଜ ଆଡୁ କ୍ଷମାପ୍ରାର୍ଥନା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  ।

   Related Posts