ହଂସପାଳରେ ନିର୍ମାଣ ହେବ ଫ୍ଲାଏ ଓଭରବ୍ରିଜ୍, ବ୍ୟୟ ହେବ ୩୦କୋଟି ଟଙ୍କା

Published By : Prameya-News7 Bureau | August 19, 2019 IST

ଭୁବନେଶ୍ବର ୧୯|୮:  ହଂସପାଳରେ ନିର୍ମାଣ ହେବ ଫ୍ଲାଏ ଓଭରବ୍ରିଜ୍ । ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ଫ୍ଲାଏ ଓଭର ବ୍ରିଜ୍ । ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିର୍ଦ୍ଦେଶ ପରେ ଏନଚଏଆଇ ଏନେଇ ସବୁଜ ସଙ୍କେତ ଦେଇଛି । ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା କାଲିଠାରି ଆରମ୍ଭ ହୋଇ ୧୨୦ ଦିନ ମଧ୍ୟରେ ଶେଷ ହେବ । ଟେଣ୍ଡର ପରେ ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ ।

ଫ୍ଲାଏ ଓଭର ନିର୍ମାଣ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ନିକଟରେ ଦାବି ରଖିଥିଲେ । ଫ୍ଲାଏ ଓଭର କାର୍ଯ୍ୟ ସଂପୂର୍ଣ୍ଣ ହେଲେ ବାଲିପାଟଣା, ବାଲିଅନ୍ତା ଓ ଉତ୍ତର ଭୁବନେଶ୍ବରକୁ ଯୋଗାଯୋଗ ସୁବିଧା ହେବ । ଏଥିପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.