ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ ଭୟ : କୃଷ୍ଣପ୍ରସାଦ ବ୍ଲକରେ କାଉ ମଡକ ପରେ ଏବେ ହଜାର ହଜାର କୁକୁଡାଙ୍କ ମୃତ୍ୟୁ

Published By : Prameya-News7 Bureau | December 09, 2018 IST

କୃଷ୍ଣପ୍ରସାଦ ୯|୧୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କାଉ ମଡକ ପରେଏବେ ହଜାର ହଜାର କୁକୁଡାଙ୍କ ମୃତ୍ୟୁ ।  ଏଭଳିହଠାତ ପକ୍ଷୀମୃତ୍ୟୁ କୃଷ୍ଣପ୍ରସାଦଅଚଂଳରେ ଆତଙ୍କ ଖେଳାଇ ଦେଇଛି । ସେପଟେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ କୃଷ୍ଣପ୍ରସାଦ ଉପକଣ୍ଠଚିଲିକାରେ ପକ୍ଷୀ ଅଭ୍ୟୟାରଣ୍ୟ ନଳବଣ ଓ ମଙ୍ଗଳାଯୋଡିରେ ଲକ୍ଷାଧିକ ଦେଶିବିଦେଶୀ ପକ୍ଷୀଙ୍କସମାଗମ ହେବାକୁ ଥିବାବେଳେ ଏହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି .....

ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ ଭୟ । ପୁରୀ ଜିଲ୍ଲା କୃଷ୍ଣପ୍ରାସାଦ ବ୍ଲକରେ ଗୋଟିଏ ଦିନରେ ୫ହଜାରୁ ଅଧିକ କୁକୁଡା ମୃତ ।  ଗତ ୨ଦିନ ହେଲା ସ୍ଥାନୟୀ ଶିଆଳ ଗଁ। ପାଖ ଜଙ୍ଗଲରେ ଶତାଧିକ କାଉଙ୍କ ମୃତ୍ୟୁ ପରେ ଆଜି ବିଭିନ୍ନ ସ୍ଥାନରେ ହଠାତ କୁକୁଡାଙ୍କର ମୃତ୍ୟୁ ଉଭୟ ଅଞ୍ଚଳବାସୀ ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।  କୁକୁଡା ଚାଷ କରି ପରିବାର ପୋଷୁଥିବା ଚାଷୀଙ୍କ ମୁଣ୍ଡରେ ହଠାତ ଚଡକ ପଡିଛି ।  ସେପଟେ ଗତ ୨ଦିନ ହେଲା  କାଉଙ୍କ  ମୃତ୍ୟୁ ପରିବେଶବିତ ତଥା ପ୍ରଶାସନର ଚିନ୍ତା ବଢାଇଦେଇଛି । 

{"id":62417}

କୃଷ୍ଣପ୍ରସାଦରୁ ମାତ୍ର ୧୪କିଲୋମିଟର ଦୂର ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣରେ ଲକ୍ଷାଧତ୍କ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଛି ।  ଏହି ସମୟରେ କୁକୁଡା ଓ କାଉ ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇ ଦେଇଛି । କୁକୁଡା ମଡକ ସ୍ଥାନ ଠାରୁ ନଳବଣ ବହୁ ଦୂର ହୋଇନଥିବା ବେଳେ  ପକ୍ଷୀ ମାନଙ୍କେ ସଂକ୍ରମିତ ହେବାରର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।   ତେବେ ଚିଲିକା ରେ ବାର୍ଡ-ଫ୍ଲୁ ର ଆଶଙ୍କା ନାହିଁ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର  କହିଛନ୍ତି

କୃଷ୍ଣପ୍ରସାଦ ଅଞ୍ଚଳରେ କୁକୁଡା ମଡକ ଖବର ପରେ ବିଭିନ୍ନ କୁକୁଡା ଫାର୍ମ ଗୁଡିକରେ ବ୍ଲକ ପ୍ରାଣୀ ଚିକିତ୍ସକ ପହଞ୍ଚି ସ୍ଥିତି  ଅନୁଧ୍ୟାନ କରିଛନ୍ତି ।  କୁକୁଡା ମାନଙ୍କର ରକ୍ତ, ଲାଳ ଓ ମଳ, ଖାଦ୍ୟ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।  କୁକୁଡା ଏବଂ କାଉ ମଡକ ଖବର ଶୁଣି କୃଷ୍ଣପ୍ରାସାଦ ବାସୀ ପୁଣି ୨୦୧୧ ଭଳି ବାର୍ଡ ଫ୍ଲୁ ସ୍ଥିତି ଉପୁଜିବା ନେଇ ଆଶଙ୍କାରେ ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.