ଭାରତୀୟ ବାୟୁସେନାର ରାଫେଲ ସ୍କ୍ବାଡ୍ରନର ପ୍ରଥମ ମହିଳା ପାଇଲଟ ହେଲେ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଶିବାଙ୍ଗୀ ସିଂହ

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩/୦୯: ରାଫେଲର ୧୭ ଗୋଲଡେନ୍ ଏରୋ ସ୍କ୍ବାଡ୍ରନକୁ ପ୍ରଥମ ମହିଳା ପାଇଲଟ ମିଳିଯାଇଛି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ ଭାରତୀୟ ବାୟୁସେନାର ରାଫେଲ ସ୍କ୍ବାଡ୍ରନରେ ପ୍ରଥମ ମହିଳା ପାଇଲଟ୍ ହେବାର ସୌଭାଗ୍ୟ ଅର୍ଜିଛନ୍ତି। ଖୁବଶୀଘ୍ର ସେ ତାଙ୍କ କାମରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ। ଶିବାଙ୍ଗୀ ବନାରସରେ ରହନ୍ତି। ଏବେ ତାଙ୍କର ଟ୍ରେନିଂ ପ୍ରକ୍ରିୟା ଚାଲିଛି। ଶିବାଙ୍ଗୀ କମିଶନ ହାସଲ କରିବା ପରେ ସେ ମିଗ-୨୧ ଓ୍ବାଇସନ ଉଡାଉଛନ୍ତି। ଏହା ପୂର୍ବରୁ ସେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ମିଗ  ଉଡାଇସାରିଛନ୍ତି।

{"id":333476,"sizeSlug":"large"}

ତାଙ୍କର ପିଲାଟି ଦିନରୁ ପାଇଲଟ ହେବାର ସ୍ବପ୍ନ ଥିଲା। ସ୍କୁଲ ପଢ଼ା ଶେଷ ପରେ ସେ ବନାରସ ହିନ୍ଦୁ ୟୁନିଭର୍ସିଟିରେ ନାଁ ଲେଖାଇଲେ। ସେଠାରେ ସେ ଏନସିସିରେ ସାମିଲ ହେଲେ ଓ ପରେ ୭ ୟୁପି ଏୟାର ସ୍କ୍ବାଡ୍ରନରେ ସାମିଲ ହେଲେ। ଏହା ପରେ ୨୦୧୬ରେ ଏୟାରଫୋର୍ସ ଏକାଡେମୀରେ ଟ୍ରେନିଂ ପାଇଁ ପହଞ୍ଚିଥିଲେ।

ଉଲ୍ଲେଖନୀୟ ଯେ ୨୦୧୬ରେ ଆଇଏଏଫରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ପାଇଲଟଙ୍କୁ ସାମିଲ କରଯାଇଥିଲା। ଫ୍ଲାଇଟ୍ ଲେପ୍ଟନାଣ୍ଟ ଅବନି ଚତୁର୍ବେଦୀ, ଭାବନା କଣ୍ଠ ଓ ମୋହନା ସିଂହଙ୍କୁ ଫାଇଟର ପାଇଲଟ୍ କମିଶନ ଦିଆଯାଇଥିଲା। ଏବେ ଆଇଏଏଫରେ ସମୁଦାୟ ୧୦ ଜଣ ମହିଳା ଫାଇଟର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.