ଦେବୀ ପିନ୍ଧିଛନ୍ତି ୧.୧୧ କୋଟିର ଟଙ୍କା ମାଳ, ନୋଟରେ ତିଆରି ହୋଇଛି ଫୁଲ

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦: ସାଧାରଣତଃ ଚାରିଆଡେ ଦଶହରା ଅବସରରେ ମନ୍ଦିର ସାଜସଜ୍ବା ଭିନ୍ନ ଭାବେ ହୋଇଥାଏ। ଅର୍ଥାତ ବେଶ୍ ନିଆରା ଶୈଳୀରେ ସବୁ ମନ୍ଦିର ସଜାଯାଏ । ତେବେ ତେଲେଙ୍ଗାନା କନ୍ୟାକା ପରମେଶ୍ବରୀ ମନ୍ଦିରକୁ ଅସଲି ନୋଟ୍‌ରେ ଓରିଗାମୀ ଫୁଲ ସଦୃଶ ସଜାଯାଇଛି। ବଡ଼ ତଥା ଆଶ୍ଚର୍ଯ୍ୟର ବିଷୟ ହେଉଛି ୧.୧୧ କୋଟି ଟଙ୍କା ନୋଟ ମାଳରେ ଏହି ଡୋକୋରେସନ କରାଯାଇଛି। ଅବଶ୍ୟ ଦଶହରା ଉତ୍ସବକୁ ଦୃଷ୍ଟିରେ ରଖି ମନ୍ଦିର ଆୟୋଜକ ଠାକୁରାଣୀଙ୍କ ଫୁଲମାଳକୁ ନୋଟରେ ବିଭିନ୍ନ ରଙ୍ଗ ଓ ଆକାରରେ ସଜାଇଛନ୍ତି। ଗଦଓ୍ବାଲ ଜିଲ୍ଲାର ଜୋଗୁଲମ୍ବା ମନ୍ଦିରେ ଏସବୁ ଆୟୋଜକମାନେ ତିଆରି କରିଛନ୍ତି।

{"id":351598,"width":577,"height":434,"sizeSlug":"large"}

ଆୟୋଜକମାନେ ୧,୧୧,୧୧,୧୧୧ ନୋଟ୍‌ ଏ ପାଇଁ ବ୍ୟବହାର କରିଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ନବରାତ୍ରୀରେ ଠାକୁାରାଣୀଙ୍କର ଧନଲକ୍ଷ୍ମୀ ଅବତାରକୁ ପୂଜା କରନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ କରୋନା ମହାମାରୀ କାଳରେ ଏମିତି କିଏ ପୂଜା ପ୍ରଦାନ କରିବ ବୋଲି କେହି କେବେ​ ଭାବି ନ ଥିଲେ ଯାହା ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବ।

ମନ୍ଦିର କୋଷାଧ୍ୟକ୍ଷକ ପି ରାମୁଙ୍କ ଅନୁସାରେ ୨୦୧୭ରେ ଆର୍ଥିକ ପ୍ରଭାବ ପଡିଥିଲା। ତେବେ ୩,୩୩,.୩୩,୩୩୩ ନୋଟରେ ଏଭଳି ସମାନ ଆ​​ୟୋଜନ କରାଯାଇ ଥିଲା। ଆୟୋଜକ ମାନେ ହିଁ କଳାକାରଙ୍କୁ ଆଣିଥିବା ସେ କହିଛନ୍ତି। ଯେଉଁମାନେ କି ନୋଟରେ ବିଭିନ୍ନ ରଙ୍ଗରେ ଭିନ୍ନ ଭିନ୍ନ ଆକାରର ଫୁଲମାଳ ଓ ଫୁଲତୋଡା ତିଆରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.