ନିନ୍ଦନୀୟ ! ଜୟବିଜୟ ମୂର୍ତ୍ତି ଉପରେ ଚଢ଼ିଗଲେ ଫୁଲ କାରିଗର : ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

Published By : Prameya-News7 Bureau | July 02, 2019 IST

ପୁରୀ ୨/୭ : ପୁରୀ ଜଗନ୍ନାଥ ମନ୍ଦିର ଜୟବିଜୟ ମୂର୍ତି ଉପରେ ଗୋଡ ଥୋଇ ଫୁଲ ସଜାଇବାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିରର ସିଂହଦ୍ୱାର ଜୟବିଜୟ ମୂର୍ତି ଉପରେ ଚଢି ଫୁଲ ସଜାଯାଉଥିଲା । ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଚି ।

{"id":129907}

ଫୁଲ ଲଗାଇବାକୁ ଆସିଥିବା କର୍ମଚାରୀ ମାନେ ଗୋଡ ଥୋଇ ଚଢ଼ୁଥିବାର ଦୃଶ୍ୟ କ୍ୟାମେରାରେ କାଏଡ଼ ହୋଇଛି । ଧାର୍ମିକ ଭାବନାକୁ କୁଠାରଘାତକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବୁଦ୍ଧିଜୀବୀ । ଏଭଳି ଘଟଣାକୁ ବିରୋଧ ସହ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଭକ୍ତ ଏହାକୁ ପ୍ରବଳ ବିରୋଧ କରିଛନ୍ତି ।

{"id":129908,"align":"center"}

ଏହିଭଳି ଏକ ଅଭାବନୀୟ ଏବଂ ନିନ୍ଦନୀୟ ଘଟଣା ପୂର୍ବରୁ କେବେ ଘଟିନଥିଲା । ଆଉ ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ସମ୍ପୂର୍ଣ ଶ୍ରୀମନ୍ଦିରକୁ ଫୁଲରେ ସଯା ଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଫୁଲ ସଯା କର୍ମଚାରୀ ଜୟବିଜୟ ମୂର୍ତ୍ତି ଉପରେ ଚଢି ଫୁଲ ସଜାଇବା ଆରମ୍ଭ କରିଥିଲା । ଫୁଲ କାରିଗରମାନେ କୋଲକାତାରୁ ଆସିଛନ୍ତି ।

{"id":129909,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.