ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ପ୍ରଭାବରେ ଆମେରିକାର ଉତ୍ତର କାରୋଲିନାରେ ବନ୍ୟା
17/09/2018 at 11:21 AM

ଆମେରିକା ୧୭|୯: ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ପ୍ରଭାବରେ ଆମେରିକାର ଉତ୍ତର କାରୋଲିନା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଫ୍ଲୋରେନ୍ସ ଝଡ଼ ଓ ବର୍ଷା ଜନିତ ଦୁର୍ଘଟଣାରେ ଦୁଇ ଦିନରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଫ୍ଲୋରେନ୍ସ ଆମେରିକା ଉପକୂଳ ଛୁଇଁଥିଲା। ରବିବାର ଝଡ଼ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଫଳରେ କେବଳ ଉତ୍ତର କରୋଲିନାରେ ରବିବାର ୧୩ରୁ ୨୫ ସେମି ବର୍ଷା ହୋଇଛି। । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଦେଖାଦେଇଛି। ବିଭିନ୍ନ ଆଶ୍ରୟସ୍ଥଳରେ୨୩ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ପ୍ରାୟ ୩ନିୟୁତ ଲୋକ ଅନ୍ଧାରରେ ରହିଛନ୍ତି। ମୋଟ ୧୦ନିୟୁତ ଜନତା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଏହି ଝଡ଼ବାତ୍ୟାକୁ ତୃତୀୟ ବର୍ଗର ହରିକେନ୍ ଆଖ୍ୟା ଦିଆଯାଇଛି। ଉତ୍ତର କାରୋଲିନାରେ ୯୦୦ ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରାଯାଇଛି ଓ ପ୍ରାୟ ୧୫,୦୦୦ ଲୋକେ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ଝଡ଼ ଓ ବର୍ଷାରେ ଉତ୍ତର କାରୋଲିନାରେ ୧୦ ଓ ଦକ୍ଷିଣ କାରୋଲିନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।