କମଲନାଥଙ୍କ ଗାଦି ବଞ୍ଚାଇବ କି କରୋନା ? ଭୋପାଳକୁ ଫେରିଥିବା ବିଧାୟକଙ୍କ ହେବ ସ୍ଵାସ୍ଥ୍ୟ ପରୀକ୍ଷଣ

Published By : Prameya-News7 Bureau | March 15, 2020 IST

ଭୋପାଳ ୧୫।୦୩: ଦେଶରେ ସଂପ୍ରତି କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି। ଏହାର ପ୍ରଭାବ ରାଜନୀତି ଉପରେ ମଧ୍ୟ ପଡିଛି। ଏହା ମଧ୍ୟରେ ମଧ୍ୟ ପ୍ରଦେଶରେ ଜାରି ରାଜନୈତିକ ସଙ୍କଟ ସମୟରେ କମଲନାଥଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ଅଛି। ସୋମବାର ଦିନ ଆସ୍ଥା ଭୋଟ୍ କରିବାକୁ ରାଜ୍ୟପାଳ ଆଦେଶ ଦେଇଛନ୍ତି। ମାତ୍ର କରୋନା ଭୟ କାରଣରୁ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଗୃହର ଅଧିବେଶନ କାର୍ଯ୍ୟ ହେବ କି ନାହିଁ। ମାତ୍ର ଏହା ପୂର୍ବରୁ ଭୋପାଳ ଫେରିଥିବା ସମସ୍ତ ବିଧାୟକଙ୍କ ଏବେ କରୋନା ପରୀକ୍ଷଣ କରାଯିବ।

wp:core-embed/twitter {"url":"https://twitter.com/ANI/status/1239115633591119872?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Ffloor-test-in-madhya-pradesh-faces-suspicion-midst-corona-virus-fear%2Farticleshow%2F74636463.cms","type":"rich","providerNameSlug":"twitter","className":""}
https://twitter.com/ANI/status/1239115633591119872?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Ffloor-test-in-madhya-pradesh-faces-suspicion-midst-corona-virus-fear%2Farticleshow%2F74636463.cms
/wp:core-embed/twitter

ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀ ଅରୁଣ ଭନୋଟ୍ ପୂର୍ବରୁ ସଙ୍କେତ ଦେଇଥିଲେ ଯେ, ଅଧିବେଶନକୁ ଘୁଞ୍ଚାଯାଇ ପାରେ। ଏବେ ମନ୍ତ୍ରୀ ପିସି ଶର୍ମା ସୂଚନା ଦେଇଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ଏହି ବିଷୟରେ ଆଲୋଚନ କରାଯାଇଛି ଯେ, ଜୟପୁରରୁ ଫେରିଥିବା ବିଧାୟକଙ୍କ କରୋନା ପରୀକ୍ଷଣ କରାଯିବ। ଏହା ସହିତ ହରିୟାଣା ଓ ବେଙ୍ଗାଲୁରୁରୁ ଯେଉଁ ବିଧାୟକଙ୍କ ଆସିବାର ଅଛି ସେମାନଙ୍କର ମଧ୍ୟ କରୋନା ପରୀକ୍ଷଣ କରାଯିବ।

{"id":238785,"sizeSlug":"large"}

ଆସ୍ଥା ଭୋଟ୍‌କୁ ନେଇ ସଂଶୟ

ନିର୍ଦ୍ଦଳୀୟ ବିଧାୟକ ତଥା ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ପ୍ରଦୀପ ଜୟସଓ୍ଵାଲ କ୍ୟାବିନେଟ୍ ବୈଠକ ପରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ବଳ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ, କାଲି ଆସ୍ଥା ଭୋଟ୍ ହେବା ଜରୁରୀ ନୁହଁ କାରଣ ସଂପ୍ରତି କରୋନାର ପ୍ରକୋପ ଜାରି ରହିଛି। ଏହା ପୂର୍ବରୁ ଭୋନଟ୍ କହିଥିଲେ ଯେ, ଏହା ରାଜନୈତିକ ପ୍ରସଙ୍ଗ ନୁହଁ। ବିଧାୟକଙ୍କ ସୁରକ୍ଷା ସର୍ବ ପ୍ରଥମେ।

wp:core-embed/twitter {"url":"https://twitter.com/ANI/status/1239104908478963712?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Ffloor-test-in-madhya-pradesh-faces-suspicion-midst-corona-virus-fear%2Farticleshow%2F74636463.cms","type":"rich","providerNameSlug":"twitter","className":""}
https://twitter.com/ANI/status/1239104908478963712?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Ffloor-test-in-madhya-pradesh-faces-suspicion-midst-corona-virus-fear%2Farticleshow%2F74636463.cms
/wp:core-embed/twitter

ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୁଣି ଥରେ ରାଜ୍ୟର ରାଜନୀତି ସରଗରମ ହୋଇ ଉଠିଛି। ପାଖାପାଖି ମଧ୍ୟ ରାତ୍ରରେ ରାଜଭବନରୁ ଏକ ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା କମଲନାଥଙ୍କୁ ପଠାଯାଇଥିଲା।

{"id":238786,"sizeSlug":"large"}

ମଧ୍ୟ ପ୍ରଦେଶରେ ସାଂପ୍ରତିକ ରାଜନୈତିକ ପରିଦୃଶ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ସୃଷ୍ଟି  ହୋଇଛି। ହୋଲି ଦିନରେ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହା ପରେ ତାଙ୍କର ସମର୍ଥକ ୨୨ ବିଧାୟକ ମଧ୍ୟ ନିଜର ଇସ୍ତଫା ଦେଇଥିଲେ। ସିନ୍ଧିଆ ବିଜେପିରେ ମିଶିବା ଏବଂ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାର ଟଳମଳ ସ୍ଥିତିରେ ରହିଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ଯେଉଁ ୨୨ ବିଦ୍ରୋହୀ ବିଧାୟକ ବେଙ୍ଗାଲୁରୁରେ ଅଛନ୍ତି, ସେଠାରେ କରୋନାର ୧୯ଟି କେସ୍ ସାମ୍ନାକୁ ଆସି ସାରିଛି ଏବଂ ଜଣଙ୍କର ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.