Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କେରଳ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବନ୍ୟା ବିତ୍ପାତ : ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ, କେବଳ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୨୭

9/08/2019 at 6:04 PM

ନୂଆଦିଲ୍ଲୀ ୯|୮: ପ୍ରବଳ ବର୍ଷା ଏବଂ ଭୀଷଣ ବନ୍ୟାରେ ଦକ୍ଷିଣ ଭାରତ ସ୍ଥିତି ଗମ୍ଭୀର । କେରଳ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବନ୍ୟା ବିତ୍ପାତ । ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ଲକ୍ଷାଧିକ ଲୋକ ପାଣି ଘେରରେ ଅଛନ୍ତି । ବନ୍ୟାବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ନୌସେନା, ବାୟୁସେନା, NDRF ଟିମ୍ ଲାଗିଛନ୍ତି ।

ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ । କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା । କେରଳ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।  ଚାରିଆଡେ ପାଣି, ପାଣି ଆଉ ପାଣି ।  ଘର ଦ୍ବାର, ରାସ୍ତାଘାଟ, ବିମାନବନ୍ଦରେ ପାଣି ଲହଡି ମାରୁଛି । ରାଜ୍ୟରେ ୧୨ଟି ଡ୍ୟାମ୍ ର ଗେଟ୍ ଖୋଲିବା ଫଳରେ ଏର୍ଣ୍ଣାକୁଲମ,  ୱାୟନାଡ୍ ଏବଂ କୋଝିକୋଡରେ ସ୍ଥିତି ସଂଗୀନ ।

ୱାୟନାଡରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅଧିକାଂଶ ସ୍ଥାନରେ ଲୋକ ପାଣି ଘେରରେ ଅଛନ୍ତି । କେରଳରେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲାଣି । ଏଯାଏ ୨୨ହଜାରରୁ ଅଧିକ ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସ୍ଥିତି ଗମ୍ଭୀରତାକୁ ଦେଖି କେରଳରେ ସବୁ ସ୍କୁଲ ଛୁଟି ଘୋଷଣା କରି ଦିଆଯାଇଛି । କୋଚି ଏୟାରପୋର୍ଟରୁ ବିମାନ ଚଳାଚଳକୁ ରବିବାର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି ।

 କର୍ଣ୍ଣାଟକରେ ମଧ୍ୟ ଅନୁରୂପ ସ୍ଥିତି । ଅଧିକାଂଶ ନଦୀ ବିପଦ ସଂକେତ ଉପରେ ବୋହୁଛି । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ହଜାର ବନ୍ୟାବିପନ୍ନଙ୍କୁ ଉଦ୍ଧାର କରାଯାଇଛି ଭାରତୀୟ ବାୟୁ ସେନାର ହେଲିକପଟର ଯୋଗେ ପାଣିଘେରରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।  କିଛି ଇଲାକାରେ ଆକାଶମାର୍ଗରୁ ଶୁଖିଲା ଖାଦ୍ୟ ପକା ଯାଉଛି । ଉଦ୍ଧାର କାର୍ଯ୍ୟରେ ୨୦ NDRF ଟିମ୍ ମୁତୟନ ହୋଇଛନ୍ତି ।

 ଲଗାଣ ବର୍ଷାରେ ମହାରାଷ୍ଟ୍ର ବେହାଲ । ସାଙ୍ଗଲୀ, କୋହ୍ଲାପୁର, ସୋଲାପୁର, ପୁଣେ ଏବଂ ସତାରାରେ ଅନେକ ଇଲାକା ଜଳବନ୍ଦୀ । ସାଙ୍ଗଲିରେ ୧୨ଟି ଭାରତୀୟ ନୌସେନା ଟିମ୍ ମୁତନ ହୋଇଛନ୍ତି । ମହାରାଷ୍ଟ୍ରରେ ୩୨ଟି NDRF ଟିମ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି । ସାରା ରାଜ୍ୟରେ ୨ଲକ୍ଷରୁ ଅଧିକ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କେବଳ ମହାରାଷ୍ଟ୍ରରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେହିପରି ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡରେ ମଧ୍ୟ ମୁଷଳଧାରା ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ । ଦେଶରେ ବନ୍ୟା ସ୍ଥିତିକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଳାୟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୁଜରାଟରେ ୮୩ ଏନିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହା ସହ ନୌସେନା, ବାୟୂସେନା, ଆର୍ମି, କୋଷ୍ଟ ଗାର୍ଡ ସଜାଗ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୨ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି  ।

   Related Posts