ହିମାଚଳରେ ବନ୍ୟା: ସବୁ ପ୍ରକାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଲେ ଅମିତ ଶାହା, ପଠାଇଲେ ଏନଡିଆରଏଫ ଟିମ୍

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭ : ହିମାଚଳ ପ୍ରଦେଶରେ ସୋମବାର ଦିନ ମୁଷଳଧାରା ବର୍ଷା ଯୋଗୁଁ ହଠାତ ବନ୍ୟା ଆସିଛି। ଅନେକ ସ୍ଥାନ ଜଳମଗ୍ନ ହୋଇଛି। ଭାଗସୁ ଗାଁ ଓ ଅନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଅନେକ କ୍ଷୟକ୍ଷତି ଘଟିଛି। ବନ୍ୟା ଯୋଗୁଁ ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟର ଜରିଆରେ ଲୋକଙ୍କୁ ସୂଚିତ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ କଥା ହୋଇଛନ୍ତି ଏବଂ ପାହାଡିଆ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ଏକ ଟିମ ନିୟୋଜିତ କରାଯାଇଛି ବୋଲି ଆଶ୍ୱାସନା ଦେଇଛନ୍ତି। ଏହି ସଙ୍କଟରୁ ବାହାରିବାକୁ କେନ୍ଦ୍ର ସବୁ ପ୍ରକାର ସହାୟତା କରିବ ବୋଲି ସେ କହିଛନ୍ତି।

{"id":479533,"sizeSlug":"large","linkDestination":"none"}

ଅମିତ ଶାହ କହିଛନ୍ତି, 'ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫ ଟିମ ପଠାଯାଇଛି ଯାହା ଶୀଘ୍ର ହିମାଚଳରେ ପହଞ୍ଚିଯିବ। ଗୃହ ମନ୍ତ୍ରାଳୟ ଲଗାତାର ସ୍ଥିତି ଉପରେ ନଜର ରଖିଛି। କେନ୍ଦ୍ର ତରଫରୁ ହିମାଚଳକୁ ସବୁ ପ୍ରକାର ସାହାଯ୍ୟ କରାଯିବ।'

{"id":479534,"sizeSlug":"large","linkDestination":"none"}

ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ କାଙ୍ଗଡା ଜିଲ୍ଲାର ଶାହପୁରରେ ଅନେକ କ୍ଷୟକ୍ଷତି ହୋଇଛି। ସେ ପର୍ଯ୍ୟଟକଙ୍କୁ ଅପିଲ କରିଛନ୍ତି ଯେ ଏଭଳି ସ୍ଥାନକୁ ନ ଯାଆନ୍ତୁ ଯେଉଁଠି ଅଘଟଣ ଘଟିବାର ସମ୍ଭାବନା ରହିଛି। ସମସ୍ତ ଡେପୁଟି କମିଶନର ଓ ଏସପିଙ୍କୁ ଉଦ୍ଧାରକାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

{"id":479535,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ ଧର୍ମଶାଳାରେ ସୋମବାର ଦିନ ଭୀଷଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଯୋଗୁଁ ରାସ୍ତାକଡ଼ରେ ଛିଡା ହୋଇଥିବା କାର ଭାସି ଯାଇଥିଲା। ଅନେକ ଘର ଆଂଶିକ ରୂପେ କ୍ଷତିଗ୍ରସ୍ତ ହୋଇଛି। ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି। ଧର୍ମଶାଳାରେ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଏଥର ମୌସୁମୀର ସବୁଠାରୁ ଅଧିକ ବର୍ଷା। କାଙ୍ଗଡା ଜିଲ୍ଲା ପାଲମପୁରରେ ୧୫୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ରାଜ୍ୟରେ ସବୁଠାରୁ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.