Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି: ଘରଠୁ ରାସ୍ତା, ଚାଷ ଜମିରେ ପଶିଛି ପାଣି

15/09/2021 at 12:40 PM

ଯାଜପୁର ୧୫/୦୪ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଉଥିବା ବେଳେ ଘରଠୁ ରାସ୍ତା ଓ ଏକର ଏକର ଚାଷ ଜମିରେ ପାଣି ପଶିଛି ଯାହାଫଳରେ ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଓ ଧର୍ମଶାଳା ବ୍ଲକ ରେ ଲଗାଣ ବର୍ଷାରେ ସବୁଠି ହୋଇଛି ଜଳ ମୟ । ୧୬ ନମ୍ବର ଜାତୀୟ ରାଜପଥଠୁ ଆରମ୍ଭ କରି ଗାଁ ରାସ୍ତାରେ ପ୍ରଭାବିତ ହୋଇଛି ବର୍ଷା ଜଳ ।

ଅତ୍ୟଧିକ ବର୍ଷା ଯୋଗୁ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱତୀୟ କ୍ୟାମ୍ପସର ପାଚେରୀ ଭୁଶୁଡି ପଡିଛି । ବନ୍ଦାଳ, ବଡଘୁମୁରି, ଖଇରା, ଚମ୍ପାପୁର ଭଳି ଅନେକ ପଂଚାୟତ ଏବେବି ପାଣି ଘେରରେ ରହିଛନ୍ତି । ନଳିପୁର ପଂଚାୟତ ରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଗାଁ ରେ ପାଣି ପଶିଥିଲା ଘଟଣା ସ୍ଥଳରେ ଦର୍ପଣ ତହସିଲଦାର ପହଁଚି ସମସ୍ୟାର ସମାଧାନ ପରେ ଜଳ ନିଷ୍କାସନ କରାଯାଇଥିଲା । ବର୍ଷା ଜଳ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ।

   Related Posts