ବନ୍ୟା ଏବଂ ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ : ଆସାମର ୨୧ଜିଲ୍ଲାର ୧୫ଲକ୍ଷ ପ୍ରଭାବିତ

Published By : Prameya-News7 Bureau | July 02, 2020 IST

ଗୁଆହାଟୀ ୨/୭: ଆସାମରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଆସିଛି। ଏବେ ସୁଦ୍ଧା ବନ୍ୟା ଏବଂ ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ୨୧ଟି ଜିଲ୍ଲାରେ ୧୫ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ତଟବନ୍ଧ,ରାସ୍ତା,ପୋଲ ଏବଂ ଅନ୍ୟ ବୁନିଆଦୀ ଢ଼ାଞ୍ଚାକୁ କ୍ଷତି ପହଞ୍ଚାଇବା ସହ ପାଖାପାଖି ୧୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

{"id":294637,"sizeSlug":"large"}

ଆସାମ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଅନୁସାରେ ବୁଧବାର ବାରପେଟା ଜିଲ୍ଲାରେ ୩ଜଣଙ୍କ ଧୁବରୀ,ନଗାଁବ ଏବଂ ନାଲବାଡ଼ିରେ ଜଣ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବାବେଳେ କଛାର ଜିଲ୍ଲାରେ ଭୂସ୍ଖଳନରେ ୫୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି।

{"id":294638,"sizeSlug":"large"}

ରାଜ୍ୟରେ ୩୩ରୁ ୨୩ଟି ଜିଲ୍ଲାରେ ରହୁଥିବା ପାଖାପାଖି ୧୪.୯୫ଲକ୍ଷରୁ ଅଧିକ ​‌ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

{"id":294639,"sizeSlug":"large"}

‌ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସାମ,ଗୋଆ,ମେଘାଳୟ, କୋଙ୍କଣରେ ଆଗାମୀ ୨୪ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ,ବିଦର୍ଭ, ଛତିଶଗଡ଼,ବିହାର, ପଶ୍ଚିମ ବଙ୍ଗର ହିମାଳୟ କ୍ଷେତ୍ର, ସିକ୍କିମ୍, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜୁରାଟ, ମଧ୍ୟ ମହାରାଷ୍ଟ୍ର, ମରାଠଓ୍ବାଡ଼ା, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ, ୟାନମ୍, ତେଲେଙ୍ଗାନା, ରାୟଲସୀମା, କର୍ଣ୍ଣାଟକ, ତାମିଲନାଡ଼ୁ, ପୁଡୁଚେରୀ ଏବଂ କରାଇକଲରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.