Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଲଗାଣ ବର୍ଷା ନେଇ ସଜାଗ ଭଦ୍ରକ ଜିଲ୍ଲା ପ୍ରଶାସନ, କଣ୍ଟିଘାଇ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ଭଦ୍ରକ ଜିଲ୍ଲାପାଳ

14/09/2021 at 5:54 PM

ଭଦ୍ରକ ୧୪।୯: ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁ ହେଉ କି ସହର ସବୁଠି ସମାନ ସ୍ଥିତି । ସହର ଓ ପୌରାଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ବନ୍ୟା ଭଳି ସ୍ଥିତି ଉପୁଜିଛି । ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ରାତିଠାରୁ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି ।

ତେବେ ବୈତରଣୀ ନଦୀରେ ୩ ଗୋଟି ଏସକେପ୍ ଦେଇ ବନ୍ୟାଜଳ ଜନବସତି ଓ ଚାଷ ଜମିକୁ ପ୍ରଭାବିତ କରିବା ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ  ସମସ୍ତ ବ୍ଲକରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ଉପରମୁଣ୍ଡରେ ବର୍ଷା କମିଥିବା ଓ କାନପୁର ଡ୍ୟାମର ଖୋଲିଥିବା ଦୁଇଟି ଗେଟରୁ ଗୋଟିଏ ଗେଟ୍ ବନ୍ଦ କରାଯାଇଛି । ତେବେ ଉପରମୁଣ୍ଡରେ ବର୍ଷା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ତେବେ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟକୁ ଦୁଇଟି ଏନଡିଆରଏଫ  ଓ ଗୋଟିଏ ଓଡ୍ରାଫ ଟିମ୍ ପାଇଁ ଅନୁରୋଧ କରାଯାଇଛି । ଭଦ୍ରକ ଜିଲ୍ଲାପାଳ କଣ୍ଟିଘାଇ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।

   Related Posts