ବନ୍ୟାରେ ଧୋଇଗଲା ଏପ୍ରୋଚ୍ ରୋଡ୍, ଆନ୍ଧ୍ର-ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ

Published By : Prameya-News7 Bureau | August 17, 2019 IST

ଗୁଣୁପୁର ୧୭|୮: ବନ୍ୟା ପାଣିରେ ଧୋଇଗଲା ଏପ୍ରୋଚ୍ ରୋଡ୍ । ଗତକାଲି ରାତିରେ ବନ୍ୟାପାଣି ଆସିବା ଯୋଗୁଁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରର ପୁରୁଣା ପୋଲର ଏପ୍ରୋଚ୍ ରୋଡ୍ ଧୋଇଯାଇଛି । ଫଳରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

{"id":145127}

ଗତକାଲି ରାତିରୁ ଏହି ପୋଲ ଦେଇ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଅନେକ ଯାନବାହାନ। ଏଠାରେ ଏକ ସ୍ଥାୟୀ ବ୍ରିଜ୍ କାମ ଚାଲିଛି । ବର୍ଷ ବର୍ଷ ଧରି କାମ ଚାଲୁ ରହିଛି । ମନ୍ଥର ଗତିରେ କାମ ଚାଲୁ ଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏହିଭଳି ଅସୁବିଧା ଉପୁଜୁଛି । ଉକ୍ତ ନାଳରେ ସାମାନ୍ୟ ପାଣି ଆସିଲେ ସେହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଉଛି । ଆଜି ସକାଳଠାରୁ ଏହି ଏପ୍ରୋଚ୍ ରୋଡ୍ ମରାମତି ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ସରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.