ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଖୋଲିଲା ଆଉ ୨ଟି ଗେଟ୍, ମୋଟ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସିତ

Published By : Prameya-News7 Bureau | August 29, 2020 IST

ସମ୍ବଲପୁର ୨୯।୮: ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ୍ ଖୋଲିଲା । ମୋଟ ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାରୁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ୬୨୬.୮୧ ଫୁଟ ରହିଛି ।

ଏବେ ହୀରକୁଦ ଜଳ ଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୮ ଲକ୍ଷ ୮୩ ହଜାର ୮୫୫ ଘନଫୁଟ ଜଳ । ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୭ ଲକ୍ଷ ୨୫ ହଜାର ୨୬ ଘନଫୁଟ ଜଳ ।

ମୁଣ୍ଡଳିରେ ଧୀରେ ଧୀରେ ବଢୁଛି ଜଳସ୍ତର । ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ ଘନଫୁଟ ଜଳ ପ୍ରବାହିତ ହେଉଛି । ନରାଜ ଦେଇ ୪ ଲକ୍ଷ ୪୮ ହଜାର ୭୩୪ ଘନଫୁଟ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ପ୍ରବାହିତ ହେଉଛି ୪ ଲକ୍ଷ ୨୩ ହଜାର ୫୧୪ ଘନଫୁଟ ଜଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.