ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ, ଜଳସ୍ତର ୬୧୫.୪୧ ଫୁଟ୍

Published By : Prameya-News7 Bureau | August 17, 2020 IST

ସମ୍ବଲପୁର ୧୭।୮: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୪୧ ଫୁଟ୍ ରହିଛି । ଡ୍ୟାମ୍ ର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ୧୨ଟି ଗେଟ୍ ଦେଇ ୧ ଲକ୍ଷ ୯୩ ହଜାର ୩୫୩ କ୍ୟୁସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୪ ହଜାର ୭୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରରେ ଜଳପ୍ରବେଶକୁ ଆଖିଆଗରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୨ଟି ଗେଟ୍ ଖୋଲିଛନ୍ତି । ତେବେ ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ୍ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.