Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରବିବାର ମୁଣ୍ଡଳିରେ ପହଁଚିବ ହୀରାକୁଦରୁ ଛଡାଯାଇଥିବା ବନ୍ୟା ଜଳ, ସ୍ଥିତି ହୋଇପାରେ ସାଙ୍ଘାତିକ !

29/08/2020 at 6:59 PM

ଭୁବନେଶ୍ୱର, ୨୯|୦୮:    ହୀରାକୁଦରୁ ଭାରି ମାତ୍ରାରେ ଆସୁଛି ବନ୍ୟା ଜଳ ।  ରବିବାର  ସକାଳ ପାଖାପାଖି ୫ଟା ବେଳକୁ  ମୁଣ୍ଡଳିରେ  ପହଞ୍ଚିବ ସାଢ଼େ ୧୦ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ । ବର୍ତମାନ ମୁଣ୍ଡଳିରେ  ୯ଲକ୍ଷ ୪୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରଭାହିତ ହେଉଛି ।  ତେବେ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ ।  କାରଣ ବର୍ତମାନ ତଳିଆଅଞ୍ଚଳରେ ବନ୍ୟାପାଣି ପସି ଗାଁଗଣ୍ଡା ବୁଡାଇଲାଣି। ସେପଟେ ଛତିଶଗଡ​‌ରେ ବର୍ଷା କମିଥିବାରୁ ବିପଦ କମିପାରେ ବୋଲି ଆଶଙ୍କା କରିଛି ଜଳ ସମ୍ପଦ ବିଭାଗ । 

ଭୀଷଣ ହେଉଛି ମହାନଦୀ। ତଳିଆ ଅଞ୍ଚଳରେ ପଶିଲାଣି ବନ୍ୟାଜଳ।  ହୀରାକୁଦର ୪୬ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଆସନ୍ତା କାଲି  ସକାଳ ପାଖାପାଖି ୫ଟା ବେଳକୁ ମୁଣ୍ଡଳିରେ ପହଞ୍ଚିବ ସାଢ଼େ ୧୦ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ। ବର୍ତମାନ ହୀରାକୁଦରେ ଜଳସ୍ତର ୬୨୭ ଫୁଟ ରହିଛି।  ପ୍ରତି ସେକେଣ୍ଡରେ ହୀରାକୁଦକୁ ୮ଲକ୍ଷ ୭୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୭ଲକ୍ଷ ୬୧ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।  ବର୍ତମାନ ମୁଣ୍ଡଳିରେ ୯ଲକ୍ଷ୪୮ ହଜାର ବନ୍ୟାଜଳ ପ୍ରବାହିତ ହେଉଛି। କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡାରେ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ଗତକାଲି ଛତିଶଗଡରେ ୬ ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ବର୍ଷା ନାହିଁ।  ଆଗାମୀ ୫ ଦିନ ପ୍ରର୍ଯ୍ୟନ୍ତ ବର୍ଷା ହେବାର ସମ୍ଭବନା ନାହିଁ ବୋଲି ପାଣିପାଗ ବିଭାଗ ସଂକେତ ଦେଇଛି । ତେଣୁ ବିପଦ କମିପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।

ମହାନଦୀ ଉଛୁଳିବା ଦେଖି ପୁରୀ କଟକ,  ଖୋର୍ଦ୍ଧା, ଜଗତସିଂହପୁର କେନ୍ଦ୍ରପଡାରେ ଏନଡିଆରଏଫ ,ଓଡ୍ରାଫ  ଏବଂ ଅଗ୍ନିଶମ ବିଭାଗର ଅତିରିକ୍ତ ଟିମକୁ ମୁତୟନ କରାଯଇଛି। ଅନେକ ଅଞ୍ଚଳରେ ବନ୍ୟାପାଣି ପଶିଥିବା​‌ ଖବର ଆସିବା ପରେ  ସେହ​‌ ଅଞ୍ଚଳରେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।  ଏହି ୫ଟି ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ଆର୍ଲଟ କରାଯିବା ସହ ରିଲିଫ ଯୋଗାଇଦେବାକୁ କୁହାଯାଇଛି।  ଏହା ସହିତ ମହାନଦୀ ଅବବାହିକାରେ ଥିବା​‌ ୪୮ ଟି ଦୁର୍ବଳ ସ୍ଥାନ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ଏପଟେ ଆସନ୍ତା ୨୪ ଘଣ୍ଟା ଅଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ହେବା ସହ ସମ୍ଭାବନା ରହିଛି।  ହୀରାକୁଦରୁ ଛଡ଼ା ଯାଇଥିବା ବନ୍ୟା ଜଳ ଆସନ୍ତା କାଲି ସକାଳେ ମୁଣ୍ଡଳିରେ ପହଞ୍ଚିବା ପରେ ସ୍ଥିତି ସାଂଘାତିକ ହୋଇପାରେ । ଖାସ୍‌ କରି ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର କେନ୍ଦ୍ରପଡା ଭଳି ୫ଟି ଜିଲ୍ଲାରେ ବନ୍ୟା ବିତ୍ପାତ ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।  

   Related Posts