ପାଣିଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁ

Published By : Prameya-News7 Bureau | August 29, 2018 IST

ବୌଦ୍ଧ ୩୦/୮ : ବୌଦ୍ଧ ଜିଲ୍ଲାରେ ସାମ୍ଭାବ୍ୟ ଵନ୍ୟସ୍ଥିତିକୁ ତିନିଦିନ ବିତିଲା । ହେଲେ ଉଛୁଳା ତେଲ୍ ଓ ମହାନଦୀରେ ପ୍ରବାହିତ ବନ୍ୟାଜଳ କମିବାର ନାଁ ଧରୁନି । ବୋଲ ମାନୁନି ମହାନଦୀର ବନ୍ୟାଜଳ । ଯଦି ବି ଜଳସ୍ତର ବଢୁନି ତଥାପି ବି ଗାଁ ମୁଣ୍ଡରେ ଲହଡା ଭାଙ୍ଗୁଛି ବନ୍ୟାଜଳ । ବନ୍ୟା ଯୋଗୁଁ ଜିଲ୍ଲାର ହରଭଙ୍ଗା ବ୍ଲକ ଅଚଂଳରେ ବହୁ ପରିମାଣରେ ଚାଷ ଜମିରେ ପାଣି ମାଡି ରହିଛି । ବୌଦ୍ଧ-ହରଭଙ୍ଗା ଜଗନ୍ନାଥ ସଡକ ତିନିଦିନ ହେଲା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିବାବେଳେ ଏବେ ବି କୁଶଙ୍ଗ ପଂଚାୟତର ମାରାଡା ଗାଁ ପାଣିଘେରରେ ରହିଛି । ଫଳରେ ତିନିଦିନ ପରେ ବି ନଦୀକୁଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଜିବନ ବିତାଉଥିବାବେଳେ ପ୍ରଶାସନ ବିପନ୍ନ ଙ୍କ ପାଖରେ ପହଚିଂନଥିବା ଅଭିଯୋଗ କରିଛନ୍ତି । ମହାନଦୀରେ ପ୍ରବାହିତ ହେଉଛି ତେଲନଦୀ ଓ ହୀରାକୁଦ ଜଳଭଣ୍ଡାରରୁ ୨୫ ଟି ସୁଇସ ଗେଟ ଦ୍ୱାରା ନିଷ୍କାଶିତ ହେଉଥିବା ବନ୍ୟାଜଳ । ଫଳରେ ଉଛୁଳା ମହାନଦୀର ବନ୍ୟାଜଳ ପାଇଁ ବୌଦ୍ଧ ଜିଲ୍ଲାରେ ଗତ ତିନିଦିନ ଧରି ବନ୍ୟା ପରିସ୍ଥିତ ଲାଗି ରହିଛି । ମହାନଦୀର ଜଳସ୍ତର ବଢୁ ନଥିଲେ ବି କମିବାର ନାଁ ଧରୁ ନାହିଁ । କେଉଁଠେ ବନ୍ୟାଜଳ ଗାଁ ମୁଣ୍ଡରେ ଲହଡା ଭାଙ୍ଗୁଛି ତ ଆଉ କେଉଁଠେ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଆଉ କେଉଁଠେ ମହାନଦୀର ବନ୍ୟାଜଳ ଗାଁ ଚାରିପଟେ ଘେରି ରହିଛି । ଫଳରେ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି । ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ମାରାଡା ଗାଁ ର ୨୫ ଟି ପରିବାର ବନ୍ୟା ପାଣି ଘେରରେ ରହିଥିବାବେଳେ ଧଳପୁର ପଂଚାୟତର ଖଣ୍ଡିଧଳପୁର,ସଙ୍କୁଲେଇ ପଂଚାୟତର ପାଣିଘରା, ଏବଂ ହରଭଙ୍ଗା ପଂଚାୟତର ଭେଜିଗୋରା,ସୁରୁଣ୍ଡି ମଲିକପଡା ଆଦି ଗାଁ ମୁଣ୍ଡରେ ପହଚିଂଛି ବନ୍ୟା ଜଳ । ଏପଟେ ମାହନଦୀରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ମାରାଡା ଗ୍ରାମବାସୀ ତିନିଦିନ ହେଲା ବାଉଁଶ ସାହାଯ୍ୟରେ ଯାତାୟତ କରୁଛନ୍ତି । ମହାନଦୀର ଉଛୁଳା ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ତିନିଦିନ ହେଲା ବୌଦ୍ଧ ଜିଲ୍ଲାର ନଦୀକୁଳିଆ ଲୋକଙ୍କ ନିଦ ହଜେଇ ଦେଇଛି । କେତେବେଳେ ମାହନଦୀର ଜଳସ୍ତର ବଢୁଛି ତ କେତେବେଳେ କମୁଛି ତାହା ଜାଣି ପାରୁନଥିବାବେଳେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ହେଉ ଅବା କୌଣସି ମାଧ୍ୟମରେ ନଦୀକୁଳିଆ ଲୋକଙ୍କୁ ସୁଚନା ଦିଆଯାଉନଥିବାରୁ ଲୋକେ ତିନିଦିନ ହେଲା ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମାରୁ ହରଭଙ୍ଗା ବ୍ଲକ କୁ ସଂଯୋଗ କରୁଥିବା ମହାନଦୀକୁଳରେ ଥିବା ଜଗନ୍ନାଥ ସଡକ ର ୪ ଟି ସ୍ଥାନରେ ବନ୍ୟା ଜଳ ବାନ୍ଧି ହୋଇ ରହିଥିବାରୁ ରାସ୍ତାରେ ତିନିଦିନ ହେଲା ଯାତାୟତ ଠପ ହୋଇଯାଇଛି । ଫଳରେ ଜଗନ୍ନାଥ ସଡକ ଉପରେ ନିର୍ଭର କରୁଥିବା ହରଭଙ୍ଗା ବ୍ଲକର ସାମ୍ପୋଚ,ଧଳପୁର,ରାମଗଡ,ସଙ୍କୁଲେଇ,କୁଶଙ୍ଗ,ହରଭଙ୍ଗା ପଂଚାୟତ ଲୋକଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି । ଏପଟେ ହରଭଙ୍ଗା ବ୍ଲକରେ ଗତ ତିନିଦିନ ଧରି ଯାରି ରହିଥିବା ବନ୍ୟା ସ୍ଥିତ ଆୟତରେ ରହିଥିଲେ ବି ଜଳ ସ୍ତର କମୁନଥିବା ସ୍ୱୀକାର କରିବା ସହିତ ମାରାଡା ଗ୍ରାମବାସୀ ଙ୍କୁ ରିଲିଫ ଯୋଗାଇ ଦିଆଯାଉଥିବା ଏବଂ ବନ୍ୟା ଉପରେ ଜିଲ୍ଲା ଓ ବ୍ଲକ ପ୍ରସାସନ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.