ମହାମାୟା ଭଟ୍ଟାରିକା ମନ୍ଦିର ବେଢାରେ ବନ୍ୟାଜଳ
Published By : Prameya-News7 Bureau | July 23, 2018 IST
ଲଗାଣ ବର୍ଷା ଯୋଗୁ କଟକ ଜିଲ୍ଲାର କମଳାଡିହଠାରୁ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ଗତକାଲି ରାତି ପ୍ରାୟ ୧୧ଟାରେ ମହାମାୟା ଭଟ୍ଟାରିକା ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ବନ୍ୟାଜଳ। ମହାମାୟା ଭଟ୍ଟାରିକାଙ୍କୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି। କଟକ ଜିଲ୍ଲାକୁ ପ୍ରଥମ ବନ୍ୟାଜଳ ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି।ମହାନଦୀ ଫୁଲିବାନେଇ ଭଟ୍ଟାରିକା ମନ୍ଦିରର ଆଖପାଖ ଗାଁର ଗ୍ରାମବାସୀ ସମ୍ଭାବ୍ୟ ବନ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି।ସେପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା କହିଛନ୍ତି ଆଠଗଡ ଉପଜିଲ୍ଲାପାଳ ଅମୀୟ କୁମାରକ ସାହୁ।