ଗୋଟିଏ ନଦୀ ବନ୍ଧରେ ଚାରୋଟି ଘାଇ, ପାଣି ଘେରରେ ନିକଟବର୍ତ୍ତୀ ଗାଁ

Published By : Prameya-News7 Bureau | September 16, 2021 IST

ଜଗତସିଂହପୁର ୧୬।୦୯: ହଂସୁଆ ନଦୀ ବନ୍ଧରେ ଚାରୋଟି ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ନିକଟରେ ଥିବା ପାଞ୍ଚୋଟି ଗାଁରେ ପାଣି ପଶିଯିବା ଦ୍ୱାରା ଅନେକ ଘର ଏବେ ଜଳମଗ୍ନ ହୋଇଛି । ଏପରିକି ଅନେକ ଫସଲ ମଧ୍ୟ ପାଣିରେ ବୁଡିଯାଇଛି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଲାଗି ନଦୀ ବନ୍ଧରେ ଏପରି ଘାଇ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

{"id":512438,"sizeSlug":"full","linkDestination":"none"}

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ଗ୍ରାମ ନିକଟ ହଂସୁଆ ନଦୀ ବନ୍ଧର ବଦଳୀ ଠାରେ ଦଶଫୁଟ ଓସାର ଘାଇ ସୃଷ୍ଟି ହୋଇଥିବା ବେଳେ ପାଖାପାଖି ଅନ୍ୟ ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ହଂସୁଆ ର ଉଦ୍ଦବୁଦ ପାଣି ଯୋଗୁଁ ଏରସମା ବ୍ଲକର ସୋମପୁର, ପଇଦା,ପୋଖରିଆପଡା, କୃଷ୍ଣଚନ୍ଦ୍ରପୁର, ଜୀରାଇଲୋ, ଆମ୍ବିକି ଆଦି ପଞ୍ଚାୟତ ଅଞ୍ଚଳ ପ୍ରଭାବିତ ହୋଇଛି। ଅଣଖିଆ, ସଳମଙ୍ଗା, କାଇଟୋଳ, ଅଳାଫଳ, ପଇଦା, ଅଲଣାଭାସ, କାଞ୍ଜିଆକଣ, ବାଲିଆକଣି ପ୍ରଭୃତି ଗ୍ରାମରେ ପାଣି ପଶୁଛି।

{"id":512439,"sizeSlug":"full","linkDestination":"none"}

ସେହିପରି ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ତିର୍ତ୍ତୋଲ, ବାଲିକୁଦା ଓ ଏରସମା ବ୍ଲକ ଅଞ୍ଚଳରେ ବର୍ଷାଜଳ ହଂସୁଆ ଡ୍ରେନେଜ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ପଞ୍ଚାୟତ ପୋଇଓ ଠାରୁ ସୋମପୁର ପର୍ଯ୍ୟନ୍ତ ହଂସୁଆ ନଦୀବନ୍ଧ ମରାମତି ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଥିବା ବେଳେ ଲୋକମାନେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏପରିକି ଗତ ଚାରିଦିନ ଧରି ଜିଲ୍ଲାରେ ଅତିପ୍ରବଳ ବର୍ଷା  ପଚାଶ ବର୍ଷ ତଳର ରେକର୍ଡ ଅତିକ୍ରମ କରିଛି ।

{"id":512440,"sizeSlug":"full","linkDestination":"none"}

ଜଗତସିଂହପୁର ଜିଲ୍ଲାପାଳ ଜଳସମ୍ପଦ ବିଭାଗୀୟ ଯନ୍ତ୍ରୀଙ୍କୁ ହେଡ କ୍ୱାଟର ଛାଡି ନଯିବାକୁ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ମଣିଜଙ୍ଗା ଜଳସମ୍ପଦ ବିଭାଗ ସବଡିଭିଜନ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦେଖାମିଳିନଥିଲା। ଲୋକମାନେ ବାରମ୍ବାର ଅଭିଯୋଗ କରି ନଦୀବନ୍ଧ ମରାମତି ପାଇଁ ଆପତ୍ତି କରିଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ଘାଇ ଭାଙ୍ଗିଲା ବୋଲି ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.