Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅନେକ ଗାଁ ଏବେବି ପାଣି ଘେରରେ, ନଷ୍ଟ ହେଉଛି ଏକର ଏକର ଫସଲ

18/09/2021 at 2:10 PM

ଚଣ୍ଡିଖୋଲ ୧୮।୦୯: ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ଗାଁ ଏବେବି ପାଣି ଘେରରେ ରହୁଛି । ଏକର ଏକର ଚାଷ ଜମି ପାଣିରେ ବୁଡି ରହୁଛି । ଯାହାଫଳରେ ଅନେକ ଫସଲ ନଷ୍ଟ ହେଉଛି ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋବରୀ ନଦୀରେ  ପାଣିର ଜଳସ୍ତର ବଢିଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟାଭଳି ସ୍ଥିତି ଦେଖାଦେଇଛି । ଏହାଦ୍ୱାର ବହୁ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ବର୍ଷାର ପରିମାଣ କମିଥିଲେ ବି ବାଲିପଡ଼ିଆ ପଞ୍ଚାୟତରେ ଏକର ଏକର ଚାଷ ଜମିରେ ପାଣି ଜମି ରହିଛି । ପାଣି ନିଷ୍କାସନ ହୋଇପାରୁ ନଥିବାରୁ , ପ୍ରତିବର୍ଷ ଏହି ଭଳି ବହୁ ପଞ୍ଚାୟତରେ ପାଣି ପଶିବା ସହ ଏକର ଏକର ଚାଷ ଜମିରେ ପାଣି ଜମୁଛି । ଯାହା ଫଳରେ  ଏକର ଏକର ଫସଲ ନଷ୍ଟ ହେଉଛି ।

ତେବେ ଚାଷୀଙ୍କ ସହ ସ୍ୱର ମିଳାଇଛନ୍ତି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଭାପତି ବାଲିପଡ଼ିଆ ଅଞ୍ଚଳର ନୀଳମଣି ସାମଲ । ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀମାନେ ଦାବି କରିଛନ୍ତି ।

   Related Posts