ହୁଳୁହୁଳା ପୋଲ ଉପରେ ୩ ଫୁଟ୍‌ର ପାଣି, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | September 15, 2021 IST

ବାଙ୍କି ୧୫।୦୯:  ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢିଛି ଜଳସ୍ତର । ଯାହାଫଳରେ ତଳିଆ ଅଞ୍ଚଳରେ ନଦୀ ଜଳ ପ୍ରବେଶ କରିଛି । ଏହିକ୍ରମରେ ବାଙ୍କୀ ଘୋଡ଼ାବାର ନିକଟ ହୁଳୁହୁଳା ପୋଲ ଉପରେ ୩ଫୁଟର ବନ୍ୟା ଜଳ ପ୍ରବାହିତ ।ଫଳରେ ଉକ୍ତ ପୋଲରେ  ଗମନାଗମନ ଠପ୍ ରହିଛି ।

ଖବର ଅନୁଯାୟୀ, ହୁଳାହୁଳା ପୋଲ ଦେଇ ବାଙ୍କୀର ସତଖଣ୍ଡ ପଞ୍ଚାୟତର ଲୋକେ ଯାତାୟାତ କରିବା ସହ ଆଠଗଡ଼ ତିଗିରିଆ ଅଂଚଳର ଲୋକେ ମଧ୍ୟ ଯାତାୟାତ କରିଥାନ୍ତି। କିନ୍ତୁ ଏବେ ପୋଲ ଉପରେ ପାଣି ଲାଗି ଯିବା ଆସିବା ବନ୍ଦ ହୋଇଯାଇଛି । ସ୍ଥାନୀୟ ଲୋକେ ବିଭିନ୍ନ କାର୍ଯ୍ୟ ଲାଗି ବିପଦ ପୂର୍ଣ ଭାବରେ ପୋଲ ଉପରେ ଯାତାୟତ କରୁଛନ୍ତି । ୩ ଫୁଟର ବନ୍ୟାଜଳ ଭିତରେ ପଶି ତଥା ଆଣ୍ଠୁଏ ପାଣିରେ ଯାଉଛନ୍ତି ।ଏପର୍ଯ୍ୟନ୍ତ ଘଟଣା ସ୍ଥଳେ ପ୍ରଶାସନ ପହଁଚି ନଥିବା ଅଭିଯୋଗ । ଆଗକୁ ଯଦି ମହାନଦୀ ବଢେ, ତେବେ ହୁଳୁହୁଳା ପୋଲ ଉପରେ  ଅଧିକ ପାଣି ପ୍ରବାହିତ ହୋଇପାରେ ।  ପୁରା ଯାତୟତ ଠପ ହେବା ସହ ମେଡିକାଲ ସ୍କୁଲ ଆଦି ଜରୁରୀକାଳୀନ ସେବା ବନ୍ଦ ହୋଇଯିବ । ଏଥି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.