ବନ୍ୟା ପାଣିରେ ଭାସିଗଲା କାର୍‌, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | September 15, 2021 IST

ଆଠଗଡ଼ ୧୫।୦୯: ବନ୍ୟାରେ ଭାସିଗଲା କାର୍‌ । କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଦେଖିବାକୁ ମିଳିଛି ଏପରି ଚିତ୍ର । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି ।  

{"id":511850,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବନ୍ୟା ସିନା ଛାଡି ଯାଇଛି , ହେଲେ ଅନେକ ଦୁଃଖ ଓ ଦୁର୍ଦଶା ଦେଇଛି । ବନ୍ୟାଜଳ ଛାଡିବା ପରେ କଟକ ଆଠଗଡ ବ୍ଲକ ଦହିସରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ । ରାସ୍ତା ଏକ କାର୍‌ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କାର୍‌ଟିକୁ ଉଦ୍ଧାର କରିଛନ୍ତି ।

wp:html /wp:html

ସେପଟେ ଲଘୁଚାପ ଜନିତ ବର୍ଷା ହେତୁ  ଆଠଗଡର ଅନେକ ଅଞ୍ଚଳ ଜଳ ମଗ୍ନ ହୋଇଥିବା ବେଳେ ଏବେବି ୬୫ନଂ ରାଜ୍ୟ ରାଜପଥ ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ମାଧପୁର ରାସ୍ତାରେ ୪ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯେଉଁଥିପାଇଁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକମାନେ ଭୋକରେ ଏବଂ ଦୁଃଖ ରେ ଅଛନ୍ତି  । କେବଳ ଚୁଡା ଦେଇ ବସିଯାଇଛି ପ୍ରଶାସନ । ଏମାନଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ ରନ୍ଧା ଖାଦ୍ୟ ,ଭାଙ୍ଗି ଯାଇଛି ଝାଟି ମାଟି ଚାଳ ଘର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.