ମହାନଦୀରେ ଦ୍ବିତୀୟ ବନ୍ୟା : ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ

Published By : Prameya-News7 Bureau | September 08, 2019 IST

ବାଙ୍କୀ ୮।୯:  ମହାନଦୀରେ ଦ୍ବିତୀୟ ବନ୍ୟା ।ବାଙ୍କୀ ଘୋଡ଼ାବର ନିକଟ ହୁଳୁହୁଳା ପୋଲ ଉପରେ ୩ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ରତାଗଡ, ସୁବର୍ଣ୍ଣପୁର ଆଦି ୬ଟି ପଞ୍ଚାୟତ ଲୋକଙ୍କ ଗମନାଗମନ ଠପ୍ ହୋଇଛି ।

{"id":154697}

ଏହି ପୋଲଟି ମହାନଦୀ କଡରେ ତଥା ନୀତଳୁଆ ସ୍ଥାନରେ ହୋଇଥିବା ଯୋଗୁଁ ବାରମ୍ବାର ହୁଳୁହୁଳା ପୋଲ ଉପରେ ମହାନଦୀ ବଢିଲେ ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପୋଲକୁ ଉଚ୍ଚା କରାଯିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଯାହାକି ସ୍ଥାନୀୟ ଲୋକେ ବର୍ଷା ଦିନରେ ବନ୍ୟା ହେଲେ ଯିବାଆସିବା ନେଇ ଘୋର ଅସୁବିଧା ହେଉଥିବା ଅଭିଯୋଗ ହୋଇଛି ।

{"id":154698}

ଏପରିକି ସ୍କୁଲଠାରୁ ଆରମ୍ଭ କରି ମେଡିକାଲ ଯିବା ସହିତ ବ୍ୟାପକ ଫସଲ ନଷ୍ଟ ହେବା ନେଇ ବହୁ ଅସୁବିଧା ସୃଷ୍ଟି ହେଉଛି ବୋଲି ଅଭିଯୋଗ ମଧ୍ୟ ହୋଇଛି । ତୁରନ୍ତ ଏହି ପୋଲଟି ଉଚ୍ଚା କରାଯିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.