କାନଝରି ନଦୀ ପୋଲ ଉପରେ ୪ଫୁଟର ବନ୍ୟାଜଳ, ପାଟଣା-କେନ୍ଦୁଝର ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 22, 2020 IST

ପାଟଣା ୨୨।୮: ଲଗାଣ ବର୍ଷା ଯୋଗୁଁ ଭିମାପଡା କାନଝରି ନଦୀ ପୋଲ ଉପରେ ୪ ଫୁଟରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପାଟଣାରୁ କେନ୍ଦୁଝରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି ।

{"id":318331,"sizeSlug":"large"}

ଲଗାଣ ବର୍ଷାରେ କାନଝରି ଡ୍ୟାମର ଜଳସ୍ତର ବୃଦ୍ଧି ହୋଉଥିବାରୁ କାନଝରୀ ଡ୍ୟାମରେ ଗୋଟିଏ ଗେଟ୍ ଖୋଲା ହେବା ପରେ ବନ୍ୟାଜଳ ପୋଲ ଉପରେ ପ୍ରବାଭିତ ହେଉଛି । ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପାଟଣା ପୋଲିସ ଓ ଅଗ୍ନିଶମବାହିନୀ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.