ଶହ ଶହ ଏକର ଚାଷ ଜମିରେ ପଶିଲା ବନ୍ୟାଜଳ, ଚାଷୀ ମୁଣ୍ଡରେ ପଡିଲା ଚଡକ

Published By : Prameya-News7 Bureau | August 16, 2019 IST

ମହାକାଳପଡା ୧୬|୮:  କେନ୍ଦ୍ରାପଡା ମହାକାଳପଡା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି । ନୀଳାଚଳ ବଜାର ନିକଟରେ  ଥିବା କୋଦାକଣ ସ୍ଲୁଇସ୍ ଗେଟ୍ ଦେଇ ପଶିଲା ବନ୍ୟାପାଣି । ଖୁରିସିଆ, ପାଟୁଳିପଙ୍କ, ତିଖିରି, ଟିକରପଙ୍ଗା, ଅମେଇପାଳ ପଞ୍ଚାୟତର ଜମିରେ ପାଣି ମାଡି ଯାଇଛି ।

ସ୍ଲୁଇସ୍ ଗେଟ୍ ର ନିମ୍ନମାନର କାମ ସହିତ କାର୍ଯ୍ୟରେ ବିଳମ୍ବ ଯୋଗୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି । ଏଣେ ସମୁଦ୍ର ଜୁଆର ବଢୁଛି । ସ୍ଲୁଇସ୍ ଗେଟ୍ ମୁହଁକୁ ବାଲିବସ୍ତା ପକାଇ ବନ୍ଦ କରାଯାଇଥିଲା । ମାତ୍ର ତାହା ଭାସିଯାଇଛି, ତେଣୁ ପାଣି ମାଡି ଯାଇଛି ଚାଷ ଜମିକୁ । ହୀରାକୁଦରେ ବନ୍ୟାଜଳ ନିଷ୍କାସନ ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.