ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ

Published By : Prameya-News7 Bureau | September 18, 2021 IST

ଯାଜପୁର, ୧୮।୦୯ : ଉଦ୍ଧାର ହେଲେ ବିରାଟ ଅଜଗର ସାପ ।   ଯାଜପୁର ଟାଉନ ଅଞ୍ଚଳରୁ ୭ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ସହରର ଦେବୀଗଡା ଘାଟ ନିକଟରେ ସାପଟିକୁ ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା ।  ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ,ଚିତ୍ତରଞ୍ଜନ ପଣ୍ଡା ପହଁଚି ସାପଟିକୁ ଉଦ୍ଧାର କରିଥିଲେ ।

ସୂଚନାଯୋଗ୍ୟ, ପ୍ରବଳ ବର୍ଷା କାରରୁ ବୈତରଣୀରେ ବନ୍ୟା ଆସିଛି । ସାପଟି କୈଣସି ପ୍ରକାର ବନ୍ୟା ଜଳରେ ପଳାଇ ଆସିଥିବା ଅନୁମାନ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.