ବିପଦ ସଙ୍କେତ ଉପରେ ବୈତରଣୀ, ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ମୁତୟନ

Published By : Prameya-News7 Bureau | September 15, 2021 IST

ଭଦ୍ରକ ୧୫।୦୯: ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ୧୭.୮୩ ଥିବା ବେଳେ ବିଳମ୍ବିତ ରାତି ରେ ୧୮.୩୫ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ଦିନ ୯ ସୁଦ୍ଧା ଜଳ ସ୍ଥର ଖସି ୧୮.୩୪ ମିଟରରେ ପ୍ରବାହିତ ହେଉଛି ।

ଅନ୍ୟପଟେ କଣ୍ଟିଘାଇ ଓ ଗୌରାଙ୍ଗପୁର ଏସକେପ ଦେଇ ବନ୍ୟାଜଳ ଚାଷ ଜମି ଓ ଜଣ ବସତି କୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୬ ଟି ପଂଚାୟତ ଓ ଧାମନଗର ବ୍ଲକର ୩ ଟି ପଞ୍ଚାୟତ ରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଅସୁରାଳି ରେବ ପୋଲ ନିକଟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସେହିପରି ଗୌରାଙ୍ଗପୁର ଏସକେପ ଦେଇ ବନ୍ୟା ଜଳ ଧାମନଗର ବ୍ଲକରେ ପ୍ରବେଶ କରିବା ଯୋଗୁଁ ଧାମନଗର ଫଳପୁର ରାସ୍ତାର ଜାହାଙ୍ଗିର ନିକଟରେ ଯୋଗାଯୋଗ ବିଛିନ୍ନ ହୋଇଛି । ପଧାନୀ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବେଳେ ପଞ୍ଚାୟତର ପ୍ରାୟ ୮୦୦୦ରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ବନ୍ୟା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଭଣ୍ଡାରିପୋଖରୀ ବ୍ଲକରେ ଏନ୍‌ଡିଆର୍‌ଏଫ୍ ଓ ଧାମନଗର ବ୍ଲକରେ ଓଡ୍ରାଫ ଟିମ ମୁତୟନ କରାଯାଇଛି । ବିଭିନ୍ନ ବ୍ଲକର ପଞ୍ଚାୟତରେ ନୋଡାଲ ଅଫିସର  ମାନେ ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି ।

ସେହିଭଳି ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ଗାଁର ଲକ୍ଷ୍ମୀଧର ପୂର୍ତ୍ତି । ଲକ୍ଷ୍ମୀଧର ସକାଳ ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀରେ ଗୋଡ଼ ଖସିଯାଇଥିଲା । ପୋଖରୀରେ ପାଣି ଥିବାରୁ ଲକ୍ଷ୍ମୀଧର ବାହାରି ପାରିନଥିଲେ । ଏହା ପରେ କିଛି ଗ୍ରାମବାସୀ ପୋଖରୀରୁ ଯୁବକଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.