ବନ୍ୟା: ମାଲକାନଗିରିରେ ସ୍ଥିତି ସଙ୍ଗୀନ , କାଶୀପୁର ଏବଂ ଗୁଣୁପୁରରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ, ତୁମୁଡ଼ିବନ୍ଧ ବ୍ରିଜ ଉପରେ ବନ୍ୟା ଜଳ, ବର୍ଷାରେ ଧୋଇଗଲା ରେଲୱେ ଟ୍ରାକ୍

Published By : Prameya-News7 Bureau | August 07, 2019 IST

ଭୁବନେଶ୍ବର୭|୮: ଲଗାଣ ବର୍ଷାରେ  ସ୍ଥିତି ବେହାଲ୍‌ । ଡିପ୍‌ ଡିପ୍ରେସନ ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବାରୁ ଏହାର ପ୍ରଭାବରେ ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ବନ୍ୟା ଯୋଗୁଁ ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।ରାୟଗଡ଼ାରେ ଟ୍ରେନ ଲାଇନ୍‌ ଧୋଇଯିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।…

{"id":141912}

ମାଲକାନଗିରିରେ ସ୍ଥିତି ସଙ୍ଗୀନ । ଜଳାର୍ଣ୍ଣବ ହୋଇଯାଇଛି ପୂରା ଜିଲ୍ଲା । ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ପୋଲ ଉପରେ ଚାଲିଛି ବନ୍ୟାଜଳ । ଏଥିଯୋଗୁଁ ଯାତାୟତ ଠପ୍‌ ।ନଦୀରୁ ବନ୍ୟାଜଳ ଉଛୁଳି ପୋଲ ଉପରେ ଚାଲିଥିବା ବେଳେ ଲୋକେ ବିପଜ୍ଜନକ ଭାବେ ଏହା ଉପରେ ଯିବା ଆସିବା କରୁଛନ୍ତି । ପାଦ ଖସିଗଲେ ବନ୍ୟାଜଳରେ ଭାସିଯିବାରୁ ଆଶଙ୍କା । ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍କୁରୁକୋଣ୍ଡା ପୋଲ ଉପରେ ୩ରୁ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

{"id":141913}

କୋରୁକୋଣ୍ଡା ଓ ତାଲାକୋଟା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ  ମାଲକାନଗିରି ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସଙ୍ଗମ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି - ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ପାଇଁ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । …

{"id":141914}

ରାୟଗଡ଼ା ଜିଲ୍ଲାକାଶୀପୁର ଏବଂ ଗୁଣୁପୁରରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀପୁର, ବିଷମ କଟକ ଏବଂ ଗୁଣପର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ ।କନ୍ଧମାଳ ତୁମୁଡ଼ିବନ୍ଧ ବ୍ରିଜ ଉପରେ ବନ୍ୟା ଜଳ ଚାଲିଛି । ତୁମୁଡ଼ିବନ୍ଧ ବ୍ଲକର ସିର୍ଲା, ଲଙ୍କାଗଡ଼, ଝିରିପାଣି, ଗୁମ୍ମା ଅଞ୍ଚଳବାସୀ ବନ୍ୟାଘେରରେ ଅଛନ୍ତି ।ଡାକପାଲା ଡ୍ୟାମ୍ ଉପରେ ୨ -୩ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ବାଲିଗୁଡ଼ା-ତୁମୁଡ଼ିବନ୍ଧ ରାସ୍ତାର ବାଟାଗୁଡ଼ା-ମଣ୍ଡଳପଦର ଠାରେ କଲଭର୍ଟ ଧୋଇଯିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।…

{"id":141916}

ସେପଟେ ରାୟଗଡ଼ାରେ ପ୍ରବଳ ବର୍ଷାରେ ଧୋଇଯାଇଛି ରେଲୱେ ଟ୍ରାକ୍ ।ଅମ୍ବାଦୋଳା ଷ୍ଟେସନ ନିକଟ ଖାଡ଼ିପୁଲିଆ ନିକଟରେ ରେଲୱେ ଟ୍ରାକ ଧସିଯିବାରୁ ଗୋଟିଏ ମାଲବାହୀ ଟ୍ରେନର ୩ ଟି ବଗି ଲାଇନଚ୍ୟୁତ ହୋଇଛି । ରାୟଗଡ଼ା ଓ ଟିଟିଲାଗଡ଼ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।ଏହି ରୁଟ୍‌ରେ ଯାତାୟତ କରୁଥିବା ୨ଟି ଏକ୍ସପ୍ରସ୍ ଏବଂ ୬ଟି ପାସେଞ୍ଜରକୁ ବାତିଲ କରାଯାଇଥିବା ବେଳେ ୫ଟି ଏକ୍ସପ୍ରେସକୁ ଡାଇଭର୍ଟ କରାଯାଇଛି ।…

{"id":141918}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.