Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମାଲକାନଗରି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର

30/07/2019 at 9:17 AM

ମାଲକାନଗିରି ୩୦|୭: ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଜିଲ୍ଲାର ସମସ୍ତ ନଦୀରେ ଜଳସ୍ତର ଏପର୍ଯ୍ୟନ୍ତ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମାଲକାନଗିରିଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଗମନାଗମନ ସ୍ବଭାବିକ ହୋଇଛି ।

ଗତକାଲି କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବା ବେଳେ ଆଜି ଏଠାରେ ପୋଲ ତଳକୁ ପାଣି ଖସିଛି । ଫଳରେ ତିନି ଦିନ ଧରି ନଦୀର ଦୁଇ ପାର୍ଶ୍ବରେ ଅଟକି ରହିଥିବା ଶତାଧିକ ଯାନ ବାହାନ ଚଳାଚଳ ଆରମ୍ଭ ହୋଇଛି । ତେବେ କାଲିମେଳା, ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଝାଟି ମାଟି ଘର ଭାଙ୍ଗି ଯାଇଛି । ଶହ ଶହ ହେକ୍ଟର ଧାନ ଫସଲ ଜଳ ମଗ୍ନ ହୋଇଛି । ପରିସ୍ଥିତି ଉପରେ ନଜର ରଖିବା ଲାଗି ସମସ୍ତ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । 

ବନ୍ୟାର ମୁକାବିଲା ଲାଗି ଜିଲ୍ଲାରେ ୪ ଟି ବହୁମୁଖି ଆଶ୍ରୟ ସ୍ତଳି କରାଯାଇଥିବା ବେଳେ ୧୭ ଟି ଛୋଟ ଆଶ୍ରୟ ସ୍ତଳି ମଧ୍ୟ ରହିଛି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରବା ଲାଗି ପୋଲିସ ଏବଂ ଓଡ୍ରାଫ ଟିମକୁ ମଧ୍ୟ ଆଲର୍ଟ ରଖାଯାଇଛି । ତେବେ ବନ୍ୟା ଆଶଙ୍କାରେ ଭୟବିତ ହୋଇ ରହିଛନ୍ତି ମାଲକାନଗିରି ବାସିନ୍ଦା ।

   Related Posts