କାନଝରୀ ପୋଲ ଉପରେ ୬ଫୁଟର ପାଣି, ଅଟକି ରହିଛି ଅନେକ ଗାଡି

Published By : Prameya-News7 Bureau | August 27, 2020 IST

ପାଟଣା ୨୭।୦୮: ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା । ଗତକିଛି ହେଲା ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି । ଯାହାଫଳରେ କି ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭିମାପଡା  କାନଝରି ନଦୀ ପୋଲ ଉପରେ ୬ଫୁଟ ରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି  । ଯାହାଫଳରେ  ପାଟଣା ରୁ କେନ୍ଦୁଝର କୁ ଯୋଗାଯୋଗ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି।

{"id":320875,"sizeSlug":"large"}

ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି। ଲଗାଣ ବର୍ଷାରେ କାନଝରି ଡ୍ୟାମର ଜଳ ସ୍ତର ବୃଦ୍ଧି ପାଇବାରୁ ଗୋଟିଏ ଗେଟ ଖୋଲା ହୋଇଛି । ପ୍ରତି ସେକେଣ୍ଡରେ ଡ୍ୟାମକୁ ୩୯୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ  ୩୮୮ କ୍ୟୁସେକ ଜଳ ନିଷ୍କାସିତ ହୋଉଛି। ସେହିପରି ପାଟଣା ଢେଙ୍କିକୋଟ ରାସ୍ତାର ସ୍ୱାମ୍ ନାଳ ପୋଲ ଉପରେ ୪ ଫୁଟ ର ବନ୍ୟା ଜଳ ପ୍ରବାହିତ ହେଉଛି । ଯାହାଫଳରେ ପାଟଣା ଢେଙ୍କିକୋଟ ସମେତ ବ୍ଲକର ୭ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

{"id":320876,"sizeSlug":"large"}

ସେପଟେ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରୁ ବନ୍ୟା ଜଳ ଛାଡିଥିଲେ ମଧ୍ୟ  ପ୍ରଶାସନ ପକ୍ଷରୁ ପୋଲ ଉପରେ ଗାଡି ମଟର ଚଳାଚଳ ବନ୍ଦ କରାଯାଇଛି । ୪୯ ନମ୍ବର ରାଜପଥରେ ଶହ ଶହ ଟ୍ରକ ଛିଡା ହୋଇଛି । କେନ୍ଦୁଝରରୁ ବାରିପଦା, କୋଲକାତା ,ବାଲେଶ୍ଵରକୁ ଯୋଗାଯୋଗ ଠପ୍ ହୋଇପଡିଛି।

{"id":320877,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.