ଖୋର୍ଦ୍ଧାରେ ବନ୍ୟା, ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା

Published By : Prameya-News7 Bureau | September 11, 2019 IST

ଖୋର୍ଦ୍ଧା ୧୧।୯- ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଗମ୍ଭୀର । ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ପାଣି । ଦୟାନଦୀର ଶାଖା ନଦୀ ରାଜୁଆରେ ବନ୍ୟା ପାଣି ମାଡ଼ି ଆସିବାରୁ ଖୋର୍ଦ୍ଧା ବ୍ଲକ ଓରବରସିଂହ ଓ ନରଣଗଡ଼ ପଞ୍ଚାୟତରେ ପାଣି ପଶିଛି । ହିଡ଼ିମୂଳ, ଡହଖଳା, ରାଇମୁଳୁ ସମେତ ୮ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଜଳବନ୍ଦୀ ଅବସ୍ଥାରେ ରହିଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି ।

{"id":155820}

ବିନା ବର୍ଷାରେ ବନ୍ୟା । ମହାନଦୀରେ ବନ୍ୟା ପାଣି ଆସିବରୁ ଏହାର ଶାଖା ନଦୀରେ ବନ୍ୟାଜଳ ନିଷ୍କାସିତ ହୋଉିଛ, ଆଉ ଗାଁ ଗାଁରେ ରାଜୁଆ ନଦୀର ପାଣି ପଶିଲାଣି । କୋଉଠି ଅଣ୍ଟାଏ ତ କୋଉଠି ଛାତିଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଇଏ ହେଉଛି ଖୋର୍ଦ୍ଧା ବ୍ଲକ ଓରବରସିଂହ ଓ ନରଣଗଡ଼ ପଞ୍ଚାୟତର ଚିତ୍ର । ୮ଟି ଗାଁର ଲୋକେ ଏବେ ଜଳବନ୍ଦୀ ଅବସ୍ଥାରେ ଜୀବନ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି । ଜରୁରୀ କାମରେ ଲୋକେ ବାହାରକୁ ଯାଇପାରୁନଥିବା ବେଳେ ସ୍କୁଲ କଲେଜ ଯାଉଥିବା ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି ପିଇବା ପାଣି । କୂଅ ନଳକୂପ ସବୁ ବୁଡ଼ି ଯାଇଥିବାରୁ ସଫା ପିଇବା ପାଣି ମୁନ୍ଦେ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ।

{"id":155819}

ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ୭/୮ଦିନ ତଳେ ପାଣି ଆସିଥିଲା । ଏବେ ପୁଣି ଆସିଛି । ଏମିତିରେ ଚାଷବାସ ସବୁ ନଷ୍ଟ ହୋଇଗଲାଣି ।  ପ୍ରଭାବିତ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ପାଣି ପହଞ୍ଚାଇବାକୁ ଦାବି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରାଯାଉଛି। ଏବେ ବନ୍ୟା ପୀଡିତମାନେ ସରକାରୀ ସାହାଯ୍ୟକୁ ଅନାଇ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.