Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ! ବଢି ଚାଲିଛି ଅଲକାନନ୍ଦା ନଦୀର ଜଳସ୍ତର, ତଳିଆ ଅଞ୍ଚଳ ଜଳମଗ୍ନ

19/06/2021 at 4:42 PM

ଡେରାଡୁନ ୧୯/୦୬ : ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇଛି। ଖବର ଅନୁଯାୟୀ, ଶ୍ରୀନଗର ଏବଂ ପୌରୀ ଗରୱାଲର ଅନେକ ତଳିଆ ଅଞ୍ଚଳ ପାଣିରେ ବୁଡ଼ି ଯାଇଛି। ଅଲକାନନ୍ଦା ନଦୀର ଜଳସ୍ତରର ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ନଦୀ ଅନେକ ସ୍ଥାନରେ ଉଛୁଳି ନଦୀବନ୍ଧ ଭାଙ୍ଗି ଦେଇଛି। ଅଲକାନନ୍ଦା ଅନେକ ତଳିଆ ଅଞ୍ଚଳକୁ ଜଳମଗ୍ନ କରିଥିବାବେଳେ ଋଷିକେଶରେ ଗଙ୍ଗାର ଜଳସ୍ତର ବିପଦ ସଙ୍କେତକୁ ଛୁଇଁବା ପରେ ଚିନ୍ତାର ବଢ଼ାଇଛି। ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସେଠାରେ ସତର୍କ ସୂଚନା ଜାରି କରିଛନ୍ତି।

ସୂଚନା ଅନୁଯାୟୀ, ଅଲକାନନ୍ଦା ନଦୀର ପ୍ରବାହ ବୃଦ୍ଧି ହେତୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାପୂର୍ବରୁ ଅଲକାନନ୍ଦାର ଜଳସ୍ତର ସମ୍ପର୍କରେ ଷ୍ଟେଟ କଣ୍ଟ୍ରୋଲ ରୁମ ସତର୍କ ସୂଚନା ଜାରି କରିଥିଲା। ଋଷିକେଶ ସହ ପିଥୋରାଗଡ, ଆଲମୋରା, ପୌରୀ ଗରୱାଲ ଏବଂ ଚମୋଲିରେ ନଦୀଗୁଡ଼ିକ ରୁଦ୍ର ରୂପ ଧାରଣା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟର ପାହାଡ଼ିଆ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବାର ଖବର ଆସିଛି। ଯାତ୍ରୀ ଏବଂ ଲୋକଙ୍କୁ ମଧ୍ୟ ବହୁତ ସତର୍କ ରହିବାକୁ ଅପିଲ କରାଯାଉଛି।

   Related Posts