କମୁଛି ବୈତରଣୀ ତଥାପି ବିପଦ ସଂକେତ ଉପରେ ପ୍ରବାହିତ ଜଳ : ଗ୍ରାଉଣ୍ଡ ଜିରୋରେ News7 ଟିମ

Published By : Prameya-News7 Bureau | September 08, 2018 IST

ଭଦ୍ରକ ୮/୯ : କମୁଛି ବୈତରଣୀର ଜଳସ୍ତର । ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଭଦ୍ରକ ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳସ୍ତର ବିପଦ ସଂକେତ ୧୮.୪୪ ମିଟରର ଉପରେ ପ୍ରବାହିତ ହେଉଛି । ପୂର୍ବରୁ ୧୮.୪୪ ମିଟର ଥିଲା । ଧାମନଗର ବ୍ଲକ ଗୁହାଳପାଳ, ଇଟ୍ଟାପାଳ, କଟସାହି, କାଶିମପୁର, ଲୁଣିଆ ଅଞ୍ଚଳର କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଚାଷ ଜମିରେ ପାଣି ମାଡିଯାଇଛି । ବନ୍ୟା ଯୋଗୁଁ ସେହି ଅଞ୍ଚଳର ସବୁ ସ୍କୁଲ କଲେଜ ବନ୍ଦ ରହିଛି । ସେହିପରି ସାଳନ୍ଦି ଓ ନାଳିଆ ନଦୀର ପାଣି ବଢିବାରେ ଲାଗିଛି । ଧାମନଗର ବ୍ଲକ ଲୁଣିଆ, ଖପରପଦା, ବିଲଣା ଆଦି ଅଞ୍ଚଳରେ ପାଣି ଘେରରେ ଅଛନ୍ତି ଲୋକେ । ଏହା ସହ ଶହ ଶହ ଏକର ଚାଷ ଜମିରେ ପାଣିରେ ବୁଡି ରହିଛି । ସେହିପରି ସରତା ପୋଲ ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଖାପାଖି ପ୍ରାୟ ୩୨ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ଲଗାଣ ବର୍ଷା ଯେ।ଗୁଁ ସୃଷ୍ଟି ହେ।ଇଛି ବନ୍ୟା ପରିସ୍ଥିତି । ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ । ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଏବେ ଜଳସ୍ତର ୧୮.୪୮ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ବଢ଼ିବା ଯେ।ଗୁଁ ଧାମନଗର, ଭଣ୍ଡାରିପୋଖରୀ, ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ , ବାଲିପୋଖରୀ,କୁରିଗାଁ ,ଝୁଟୁନା ,ବନ୍ଧାଳମଡ଼ିଆଳି ଅଞ୍ଚଳରେ ବନ୍ୟା ଜଳ ପଶିଛି । ଫଳରେ ପାଣି ଘେରରେ ଅଛନ୍ତି ଅଞ୍ଚଳବାସୀ । ଚାଷ ଜମିରେ ପାଣି ଭରି ରହିଛି । ସେହିପରି ସରତା ପୋଲ ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଖାପାଖି ପ୍ରାୟ ୩୨ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.