ଲଗାଣ ବର୍ଷାରେ ପଦ୍ମପୁର ଉପଖଣ୍ଡରେ ବନ୍ୟା ପରିସ୍ଥିତି, ଘରେ ପଶିଲା ପାଣି

Published By : Prameya-News7 Bureau | August 16, 2020 IST

ପଦ୍ମପୁର ୧୬।୦୮: ଲଗାଣ ବର୍ଷା ବରଗଡ଼ ଜିଲ୍ଲାର ପଦ୍ନପୁର ଉପଖଣ୍ଡର ଅବସ୍ଥା ବେହାଲ । ଗତକାଲି ଓ ଆଜି ବର୍ଷା ଲାଗି ରହିବା ଦ୍ୱାରା ଅନେକ ଅଞ୍ଚଳରେ ବର୍ଷା ପାଣି ପଶିଯାଇଛି । ଯାହାଫଳରେ କି ଲୋକମାନେ ନାହିଁ ନଥିବାର ଅସୁବିଧା ଭୋଗୁଥିବାର ଦେଖିବାକୁ ମିଳିଛି ।

{"id":315353,"sizeSlug":"large"}

ଲଗାଣ ବର୍ଷା ଫଳରେ ପଦ୍ମପୁର NACର କିଛି ଘର ଭିତରେ ପାଣି ପସିଥିବାର ଦେଖିବାକୁ ମିଳିଛି । ଦମକଳ ବାହିନୀ ପହଞ୍ଚି ପାଣି ନିଷ୍କାସନରେ ନିୟୋଜିତ ରହିଛନ୍ତି  । ସେହିପରି ପଦ୍ମପୁର ରଜାପଡା ଜୋର (ନାଳ) ରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ପଦ୍ମପୁର ଓ ବଲାଙ୍ଗୀର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଯାଇଛି ।

{"id":315354,"sizeSlug":"large"}

ପଦ୍ମପୁର ବ୍ଲକ ସତୀଭଟା ଛକରେ ଥିବା ଘର ମାନଙ୍କରେ ପାଣି ପଶି ଯାଇଛି । ଗାଇସିଲେଟ ବ୍ଲକରୁ ବଲାଙ୍ଗୀର ରାସ୍ତା ମଧ୍ୟ ବିଛିନ୍ନ ହୋଇଛି । ଲେବିଡ଼ି ଜୋର (ନାଳ) ଉପରେ  ପାଣି ପ୍ରବାହିତ ହେଉଛି  । ଲୋକମାନେ ଯିବା ଆସିବା ସମ୍ପୁର୍ଣ୍ଣ ଠପ ହୋଇଯାଇଛି  । ସେପଟେ ମଧ୍ୟ ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ ଗାଁରେ ଘରେ ବର୍ଷା ପାଣି ପ୍ରବେଶ କରିବା ସହ ଓ ଗାଁର ଅନେକ ବିଲ ପାଣିରେ ବୁଡି ରହିଛି । ପାଇକମାଲ ବ୍ଲକ ଖଣ୍ଡସିବାଞ୍ଜି ଗାଁରେ ପୋଲ , ରାସ୍ତା ଉପରେ ପାଣି ବହୁଛି । ଚାଷ ଜମିରେ ମଧ୍ୟ  ପାଣି ମାଡି ଯାଇଛି । ପଦ୍ମପୁର ଉପଖଣ୍ଡ ପ୍ରାୟ ସମସ୍ତ ଅଞ୍ଚଳରେ ଜୋରଦାର ବର୍ଷା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.