Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

୨୦ ଜିଲ୍ଲା ବନ୍ୟାରେ ପ୍ରଭାବିତ : ଚାଲିଛି ଉଦ୍ଧାର କାର୍ଯ୍ୟ, ଏବେବି ପାଣି ଘେରରେ ୩୪୦ ଗାଁ

31/08/2020 at 7:53 AM

ଭୁବନେଶ୍ୱର ୩୧।୦୮: ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କଲାଣି ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟା। ଏହା ୨୦ଟି ଜିଲ୍ଲାକୁ ପ୍ରଭାବିତ କରିଛି । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ଜଣ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗାଁ ଏବେ ସୁଦ୍ଧା ପାଣି ଘେରରେ ରହିଛି । ୨ ଲକ୍ଷ ୬୫ ହଜାର ୭୨୩ଜଣ ଜଳବନ୍ଦୀ ଅଛନ୍ତି।

ମହାନଦୀ ବନ୍ୟା ପ୍ରକୋପରେ ଆହୁରି ଅନେକ ଅଞ୍ଚଳ ଜଳମଗ୍ନ ହୋଇପାରେ । ତେଣୁ କ୍ଷୟକ୍ଷତି ପରିମାଣ ବଢ଼ିବା ଆଶଙ୍କା ରହିଛି । ବନ୍ୟା ଜଳ ସମ୍ପୂର୍ଣ୍ଣ ଛାଡ଼ିବା ପରେ ଚୂଡ଼ାନ୍ତ ରିପୋର୍ଟ ମିଳିବ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, ଲଗାଣ ବର୍ଷା ଓ ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏସବୁ ଜିଲ୍ଲାର ୧୧୨ଟି ବ୍ଲକ ଅନ୍ତର୍ଗତ ୮୯୬ ପଞ୍ଚାୟତର ୩୨୫୬ ଗାଁ ପ୍ରଭାବିତ ହୋଇଛି । ଏହାବାଦ୍‌ ୨୧ଟି ପୌରାଞ୍ଚଳର ୭୫ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି ଲଗାଣ ବର୍ଷା ଓ ବନ୍ୟା ଯୋଗୁ ।

ବର୍ଷା ଓ ବନ୍ୟା ଯୋଗୁ ଏଯାବତ୍‌ ୧୭ଜଣଙ୍କ ଜୀବନ ଯାଇଛି । ପ୍ରାକ୍‌ ଆକଳନ ଅନୁଯାୟୀ ଏବେ ସୁଦ୍ଧା ୧୦ ହଜାର ୩୮୨ ଘର କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୧୧ଟି ଜିଲ୍ଲାର ୧୦୭ଟି ରାସ୍ତା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି । ୫ଟି ଜିଲ୍ଲାରେ ୩୨ଟି ସ୍ଥାନରେ ଘାଇ ହୋଇଛି । ବନ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୪ଟି ଏନଡିଆରଏଫ୍‌ ୟୁନିଟ୍‌, ୧୭ଟି ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ ସେବାର ୨୨ଟି ଟିମ୍‌ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ୨୫୪ଟି ବୋଟ୍‌ କାର୍ଯ୍ୟରେ ଲଗାଯାଇଛି ।

ବନ୍ୟା ସ୍ଥିତି ନେଇ ୪୫ଟି ଡାକ୍ତରୀ ଦଳ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ପଶୁ ସମ୍ପଦର ଚିକିତ୍ସା ପାଇଁ ୪୨ଟି ଟିମ୍‌ ରହିଛନ୍ତି। ୩୫୭ଟି ରୋଷେଇ କେନ୍ଦ୍ର ଖୋଲା ଯାଇ ୫୭ ହଜାର ୮୨୪ଜଣ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।

   Related Posts