Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ବେହାଲ ମାଲକାନଗିରି : ପୋଲ ଉପରେ ଚାଲିଛି ୪ରୁ ୫ଫୁଟର ପାଣି, ଯୋଗାଯୋଗ ବିଚ୍ଛିନ୍ନ

16/08/2020 at 8:12 AM

ମାଲକାନଗିରି ୧୬।୦୮: ସାରାରାଜ୍ୟରେ ଲଘୁଚାର ଜନିତ ବର୍ଷା ଜାରି ରହିଛି । ଯାହାଫଳରେ କି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ଗତ ପାଞ୍ଚ ଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପରି କିଛି ପୋଲ ଉପରେ ୪ରୁ ୫  ଫୁଟର ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ଲାଗିଛି ।

ମାଲକାନଗିରି ଜିଲ୍ଲାର  ପୋଟେରୁ, କାଙ୍କୁରୁକୋଣ୍ଡା, ଏମ.ଭି.96, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ରୁ୫ ଫୁଟ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ଓ ରାଜ୍ୟ ରାଜପଥର ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

 ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଏକ ମାଲବାହୀ ଟ୍ରକ କାଙ୍କୁରୁକୋଣ୍ଣା ପୋଲ ଉପରେ ପାରି ହେଉଥିବା ବେଳେ ପୋଲ ଭିତରେ ଖସି ପଡିଥିବା । ତେବେ ଟ୍ରକରେ ଥିବା ଡ୍ରାଇଭର୍ ଓ ହେଲପରଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ,  ସେମାନେ ନଈ ମଝିରେ ଫସି ରହିଛନ୍ତି ।

   Related Posts