ଲଗାଣ ବର୍ଷାରେ ବେହାଲ ଜାମ୍ମୁ କାଶ୍ମୀର

Published By : Prameya-News7 Bureau | June 30, 2018 IST

ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା| ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଜାମ୍ମୁ କାଶ୍ମୀର | କାଶ୍ମୀର ଝେଲମ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି | ବନ୍ୟା ଜନିତ ସତର୍କତା ଅବଲମ୍ବନ କରିବା ପାଇଁ ବିଭିନ୍ନ ଜିଲ୍ଲା ପ୍ରଶାସନ ତରଫରୁ ସତର୍କତା ସୂଚନା ଜାରି କରାଯାଇଛି | ଜଳସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ଝେଲମ ନଦୀ କୂଳରେ ବସବାସ କରୁଥିବା ଲୋକେ ସେ ଅଂଚଳ ଛାଡି ଚାଲିଯାଉଛନ୍ତି | ପରିସ୍ଥିତି ମୁକାବିଲା ପାଇଁ ଜରୁରୀ କାଳୀନ ବୈଠକ କରିଛନ୍ତି ରାଜ୍ୟପାଳ | ବର୍ଷା ପାଇଁ ଅମରନାଥ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି | ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.