Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ଯାଜପୁରରେ ବନ୍ୟା ସ୍ଥିତି ; ବୈତରଣୀ ନଦୀର ଆଖପାଖ ଅଞ୍ଚଳ ପାଣି ଘେରରେ

8/09/2018 at 11:46 AM

ଯାଜପୁର ୮|୯: ଯାଜପୁରରେ ବନ୍ୟା ସ୍ଥିତି । ବୈତରଣୀ ନଦୀର ଆଖପାଖ ଅଞ୍ଚଳ ପାଣି ଘେରରେ । ତଳିଆ ଅଞ୍ଚଳର ଲେ।କଙ୍କ ଘରେ ପ।ଣି ପଶିଛି । ଦଶରଥ ପୁରର କଇଁଆ, ଦୁଦୁରା,ଯାଜପୁର ବ୍ଲକର ସିମିଳିଆ, ମଇଡ଼ପୁର,ପନସା ଓ ଅନେକ ପଂଚାୟତ ଜଳ ଘେରରେ । ବନ୍ୟା ଆଶଙ୍କା କରି ଓଡ୍ରାଫ ଟିମ୍ ସଜାଗ ରଖିବା ସହ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖିଛି ଜିଲ୍ଲା ପ୍ରଶାସନ । ଲୋକମାନଙ୍କୁ ଅଧିକ ପାଣି ହେଲେ ଉଚ୍ଚ ସ୍ଥାନକୁ ପଳାଇ ଯିବା ପାଇଁ ସତର୍କ କରାଯାଇଛି । ସରକାରୀ ଛୁଟି ବାତିଲ୍ କରାଯାଇଛି । ଯାଜପୁର ଜିଲ୍ଲାପାଳ ତଳିଆ ଅଞ୍ଚଳ ଯାଇ ବନ୍ୟାର ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳ ବନ୍ୟାରେ କ୍ଷତି ହେ।ଇନି । ସବୁଠୁ ବଡ ସମସ୍ୟା ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଏହିଭଳି ସମସ୍ୟା ଉପୁଜୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

   Related Posts