ଲଗାଣ ବର୍ଷାରେ ବେହାଲ ଗଞ୍ଜାମ, ଆଜି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ

Published By : Prameya-News7 Bureau | September 06, 2019 IST

ବ୍ରହ୍ମପୁର ୬।: ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ଅବସ୍ଥା ବେହାଲ୍ । କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଗାଁ,  ଘର, ସ୍କୁଲ ଭିତରେ ପାଣି ପଶିଛି । ଜନ ଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ହିଞିଳି କାଟୁ,  ଆସିକା,  ସାନଖେମୁଣ୍ଡି,  ଧରାକୋଟ୍,  ଭଞ୍ଜନଗର,  ପାତ୍ରପୁର,  ଚିକିଟି,  ଖଲ୍ଲିକୋଟ୍,  କବିସୂର୍ଯ୍ୟନଗର,  ପୁରୁଷୋତ୍ତମପୁର ପ୍ରମୁଖ ଅଞ୍ଚଳରେ ପାଣି ଜମି କୁତ୍ରିମ ବନ୍ୟା ସୃଷ୍ଟି କରିଛି।

{"id":153718}

ହିଂଜିଳିକାଟୁ, ପୋଚିଲିମା ଛକ, ମକର ଝୋଳ, ବ୍ରହ୍ମପୁର, ଆସ୍କା ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ସାନଖେମୁଣ୍ଡି କରାଖଣ୍ଡି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଛି । ପ୍ରତ୍ୟେକ ଘରେ ପାଣି ପଶିଛି । ପାଟପୁର ନୋଡାଲ ସ୍କୁଲ ରେ ମଧ୍ୟ ପାଣି ପଶିଛି। ଏହା ସହ ସାନଖେମୁଣ୍ଡି ଆଡପଡାର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି ।

{"id":153719}

ବ୍ରିଟିଶ ଅମଳର ସାନଖେମୁଣ୍ଡି ବୁଦ୍ଧେଶ୍ବର ମନ୍ଦିର ନିକଟରେ ଥିବା ପୋଚକା ନାଳର ସେତୁ ଭାଗିଂ ଯାଇଛି । ଫଳରେ  ଆସିକା-ଶେରଗଡ-ଦିଗପହଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଘଟଣାସ୍ଥଳରେ  ପାଟପୁର  ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

{"id":153720}

ପୋଲ ଧୋଇ ହୋଇଯିବାରୁ ଏଥିରେ ତିନି ଜଣ ଯୁବକ ଭାସି ଯାଇଥିଲେ । ଗାଁ ଲୋକେ  ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମୋଟରସାଇକେଲ ପାଣିରେ ଭାସି ଯାଇଛି । ତିନିଜଣ ଆହାତ ହୋଇ ନିକଟସ୍ଥ ଆଡପଡା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଏଭଳି ଘଟଣାରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା କହିଛନ୍ତି ।

{"id":153721}

ଏପଟେ ଗଞ୍ଜାମ ଜିଲ୍ଲାରେ ବର୍ଷାର ବିତ୍ପାତ ଦେଖାଦେଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷକ  ଶିକ୍ଷୟିତ୍ରୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.