ଲଗାଣ ବର୍ଷାରେ ଭାସୁଛି ଟାଉନ୍ ପ୍ଲାନିଂ କଲୋନୀ, ଲହଡି ମାରୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

Published By : Prameya-News7 Bureau | September 14, 2021 IST

ଢେଙ୍କାନାଳ ୧୪।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳରେ ଗାଁ ଗଣ୍ଡାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଅବସ୍ଥା ଜଟିଳ ହୋଇପଡିଛି । ତେବେ ମଙ୍ଗଳବାର ସକାଳୁ ବର୍ଷା ଛାଡିଥିଲେ ମଧ୍ୟ ପାଗ କୋହଲା ରହିଛି । ତେବେ ହୋଇଥିବା ଲଗାଣ ବର୍ଷାରେ କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଗାଁ ଭିତରେ ପଶିଲାଣି ପାଣି । ସହରର କଥା ତ ନକହିବା ହିଁ ଭଲ। ଯେଉଁଆଡେ ଦେଖିବେ ଖାଲି ପାଣି ଆଉ ପାଣି ।

{"id":511116,"width":754,"height":415,"sizeSlug":"full","linkDestination":"none"}

ବିଶେଷ କରି ସହରର ଦକ୍ଷିଣକାଳୀ, କୁମ୍ଭାରସାହି ଅଞ୍ଚଳରେ ବର୍ଷା ପାଣି ଲୋକଙ୍କୁ ନକେଦମ କରିଛି । ଏପଟେ ଟାଉନ ପ୍ଲାନିଂ କଲୋନୀବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । କଲୋନୀ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି ।  ଆଉ ଡ୍ରେନ୍ ରାସ୍ତା ସବୁ ଜଳମଗ୍ନ ହୋଇଯାଇଛି । ଘରେ ଘରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ପଶି ଯାଇଛି । ଫଳରେ କଂସା ତାଟିଆ ଆସବାବପତ୍ର ଆଦି ପାଣିରେ ଭାସୁଥିବା ଦେଖାଯାଇଛି । ଗତ ଦୁଇଦିନ ହେଲା ଏହି ଟାଉନ୍ ପ୍ଲାନିଂ କଲୋନୀବାସୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି  । ଯାହାକୁ ନେଇ ଜଟିଳ ସ୍ଥିତିରେ ପଡିଯାଇଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.