ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି : ୮ ପଞ୍ଚାୟତରେ ସ୍ଥିତି ସଙ୍ଗୀନ, ବାଲିଗୁଡା-ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 13, 2019 IST

ବୌଦ୍ଧ ୧୩|୮:  ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ କଣ୍ଟାମାଳ ବ୍ଲକରେ ବନ୍ୟା ପରିସ୍ଥିତି । ୪୧ ନମ୍ବର ଜାତୀୟ ରାଜପଥରେ ଥିବା ସମଲେଶ୍ବରୀ ନାଳ ଉପରେ ୮ରୁ ୧୦ ଫୁଟର ପାଣି ଚାଲୁଛି । ଘଣ୍ଟାପଡା, ନାରାୟଣପ୍ରସାଦ, କୁଲତାଯୋର, ଉମା, ଖମନମୁଣ୍ଡା ଆଦି ୮ଟି ପଞ୍ଚାୟତରେ ସ୍ଥିତି ସଙ୍ଗୀନ ।

{"id":143835}

ସେହିପରି ଖଡଙ୍ଗ ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ବିଭିନ୍ନ ନାଳରେ ୭ ଫୁଟର ପାଣି ଚାଲୁଛି । ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେହିପରି କନ୍ଧମାଳର ବାଲିଗୁଡା-ବୌଦ୍ଧ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.