ଜଳବନ୍ଦୀରେ ଜୟପୁର ଗାଁ : ବଢୁଛି ନଦୀର ଜଳସ୍ତର, ଚିନ୍ତାରେ ଗ୍ରାମବାସୀ

Published By : Prameya-News7 Bureau | August 16, 2020 IST

ଭୁବନ ୧୬।୦୮ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଜଳ ବନ୍ଦୀରେ ଜୟପୁର ଗ୍ରାମ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମ ଆଜି ଜଳ ବନ୍ଦି ଘେରରେ ରହିଛି ।

{"id":315190,"sizeSlug":"large"}

ଜୟପୁର ଗ୍ରାମରେ ଏକ ହଜାରରୁ ଅଧିକ ଲୋକେ ବାସ କରନ୍ତି । ଗାଁଟି ବ୍ରାହ୍ମଣୀ ନଦୀ କୂଳରେ ଥିବାରୁ ପ୍ରତ୍ୟେକ ବର୍ଷ ଆଶା ଆଉ ଆଶଙ୍କାରେ ରୁହନ୍ତି ଗ୍ରାମବାସୀ । ତେବେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢିଛି ।  ଲଗାଣ ବର୍ଷା ଯୋଗୁଁ ଜୟପୁର ଗ୍ରାମ ଏବେ ବାହ୍ୟ ଜଗତରୁ ବିଛିର୍ଣ୍ଣ ରହିଛି । ବ୍ରାହ୍ମଣୀ ନଦୀରେ ପାଣି ବଢୁଥିବାରୁ ଚିନ୍ତାରେ ଗ୍ରାମବାସୀ । ପ୍ରଶାସନ ତୁରନ୍ତ ପହଞ୍ଚି  ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଦାବି ଉଠିଲାଣି ।

{"id":315191,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.