Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାହିତ; ବନ୍ୟା ଅାଶଙ୍କା

22/09/2018 at 8:08 AM

ଭଦ୍ରକ ୨୨/୯ : ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଓ ଧାମନଗରରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି ।ଭଣ୍ତାରିପୋଖରୀ ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀରେ ଜଳ ସ୍ଥର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ବୈତରଣୀରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ୧୮.୦୪ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।ବୈତରଣୀରେ ଜଳସ୍ତର ବୃଦ୍ଧି ଓ ବିପଦ ସଂକେତ ଉପରେ ଜଳସ୍ତର ପ୍ରଭାହିତ ହୋଇଥିବାରୁ ଭଣ୍ତାରିପୋଖରୀ ବ୍ଲକର ନଦୀ କୁଳିଅା ୬ ଟି ପଞ୍ଚାୟତର ଲୋକମାନଙ୍କ ମନରେ ଛନକା ପସିଛି । ୧୫ ଦିନ ହେବ ତୃତୀୟ ବନ୍ୟା ଯାଇନଥିବା ଏବଂ ଚାଷ ଜମିରେ ପାଣି ନଛାଡି ଥିବା ବେଳେ ପୁଣି ବନ୍ୟା ଆଶଙ୍କା ନେଇ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଂଚଳ ଲୋକଙ୍କ ମନରେ ଛନକ ପଶିଛି ।

   Related Posts