ଭଦ୍ରକରେ ସୁଧୁରୁଛି ବନ୍ୟା ସ୍ଥିତି, ତଥାପି ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ; ବିଭିନ୍ନ ସ୍ଥାନରେ ଭାଙ୍ଗୁଛି ନଦୀ ବନ୍ଧ

Published By : Prameya-News7 Bureau | May 29, 2021 IST

ଭଦ୍ରକ ୨୯।୦୫: ଭଦ୍ରକ ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ତଳକୁ ଖସିଛି ଜଳସ୍ତର । ତଥାପି ତଳିଆ ଅଞ୍ଚଳର ଅବସ୍ଥା ସୁଧୁରିନାହିଁ । ଏହି ସବୁ ଅଞ୍ଚଳରେ ଅନେକ ଗାଁରେ ଏବେବି ଜଳମଗ୍ନ ହୋଇ ରହିଛି ।

{"id":458514,"sizeSlug":"large","linkDestination":"none"}

ତେବେ ବୈତରଣୀ ନଦୀର ବନ୍ୟା ଜଳ ଧାମନଗର ବ୍ଲକକୁ ବେଶି ପ୍ରଭାବିତ କରିଛି । ଖାସ୍‌ କରି ପଧାନୀ ପଞ୍ଚାୟତର ଆଦିବାସୀ ସାହି ଏବେ ବି ପାଣିରେ ବୁଡି ରହିଛି । ପ୍ରାୟ ୨୫ପରିବାରର ସଦସ୍ୟଙ୍କୁ ନିକଟରେ ଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଘର ଗୁଡିକ ଏବେ ପର୍ଯ୍ୟନ୍ତ ପାଣି ରେ ବୁଡି ରହିଛି ।

{"id":458516,"sizeSlug":"large","linkDestination":"none"}

ସେହିପରି ଧାମନଗର ବ୍ଲକ କଣ୍ଟଦା ନିକଟରେ ଗେଙ୍ଗୁଟି ନଦୀରେ ବନ୍ଧ ଫାଟିବା ସହ ମାଟି ଧସୁଥିବାର ଦେଖିବାକୁ ମିଳିଛି । ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ଶାଖା ଗେଙ୍ଗୁଟି ନଦୀର କଣ୍ଟିଦୋଳ ସେଠି ସାହି ନିକଟରେ ବନ୍ଧ ଧସିଛି ।  ଯାହାଫଳରେ ଗାଁର ପ୍ରାୟ ୨ଶହ ପରିବାର ଭୟଭୀତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.